ବାହାନଗାରେ ଏବେ ରହିବନି କୌଣସି ଟ୍ରେନ

ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ୯୨୦ ଜଣ ଆହତ ହୋଇଛନ୍ତି। ୯୨୦ ଆହତଙ୍କ ମଧ୍ୟରୁ ୧୬୯ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୩୭୯ ଜଣ ସାମାନ୍ୟ ଆହତ ହୋଇଥିଲେ। ସାମାନ୍ୟ ଆହତମାନଙ୍କୁ ଚିକିତ୍ସା ପରେ ସଙ୍ଗେ ସଙ୍ଗେ ଛାଡ଼ି ଦିଆଯାଇଥିଲା। ସେହିପରି ଆଉ ୩୭୨ ଜଣ ସାଧାରଣ ଆହତ ହୋଇଥିଲେ।

ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ ଚୌଧୁରୀ କହିଛନ୍ତି ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ୍ ରହିବ ନାହିଁ। ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ଏଠାରେ କୌଣସି ଟ୍ରେନ୍ ରହିବ ନାହିଁ ବୋଲି କହିଛନ୍ତି
ସେ କହିଛନ୍ତି, ରିଲେ ରୁମ୍, ପ୍ୟାନେଲ ଓ ଅନ୍ୟାନ୍ୟ ଯନ୍ତ୍ରପାତି ତଦନ୍ତ ପରିସରଭୁକ୍ତ ହୋଇଛି।

ସେଗୁଡ଼ିକୁ ସିଲ୍ କରି ଦିଆଯାଇଛି। ସେଗୁଡ଼ିକ ବି ଗୋଟିଏ ଗୋଟିଏ ପ୍ରମାଣ। ତେଣୁ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏଠାରେ ଟ୍ରେନ୍ ଅଟକିବ ନାହିଁ। ଏଠାରେ ଟ୍ରେନ ଅଟକାଇବା ପାଇଁ ଅନୁମତିକୁ ଆମେ ଅପେକ୍ଷା କରିଛୁ। ଅନୁମତି ମିଳିବା ମାତ୍ରେ ବାହାନଗା ଷ୍ଟେସନ ବଜାରରେ ଟ୍ରେନ ରହିବ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!