ଜାଣନ୍ତୁ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼ । ମାମଲାର ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଛନ୍ତି ନବ ଦାସଙ୍କ ପରିବାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇ-ମେଲ୍ କରିଛନ୍ତି ନବଙ୍କ ପତ୍ନୀ ମିନତୀ ଦାସ । ଇ-ମେଲ୍‌ରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି । ଗତ ୧୧ ତାରିଖରେ ମିନତୀ ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାକୁ ଏହି ଚିଠି ଲେଖିଥିବା ଜଣାପଡିଛି ।

ନବ ଦାସଙ୍କ ପତ୍ନୀ ମିନତୀ ଦାସ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି । ସେ ଇ-ମେଲ୍ ସହ ପୋଷ୍ଟାଲରେ ମଧ୍ୟ ଚିଠି ପଠାଇଥିବା ଜଣାପଡିଛି । ସିବିଆଇ ତଦନ୍ତ ପାଇଁ ଚାହୁଁଥିଲେ ପରିବାର ଲୋକଙ୍କୁ ଲିଖିତ ଭାବେ ଦେବାକୁ ପଡିବ । ଲିଖିତ ଭାବେ ଜଣାଇଲେ ସରକାର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ବୋଲି ନିକଟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । ଏହି କ୍ରମରେ ନବଙ୍କ ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲିଖିତ ଆବେଦନ କରିବାକୁ ଇ-ମେଲ୍ କରିଥିବା ଜଣାପଡିଛି ।

Post Views1 Total Count

Apply Now


This will close in 0 seconds

error: Content is protected !!