ଆଲୋକ କୁମାର ବିଓଏମ୍ ନୂତନ ଅଞ୍ଚଳ ମୁଖ୍ୟ

ଆଲୋକ କୁମାର ମିଶ୍ର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଅଞ୍ଚଳ ମୁଖ୍ୟ ଭାବେ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇସ୍ଥିତ ଫୋର୍ଟ ଶାଖାରେ ଶାଖା ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ, ୨୦୦୪ରେ ସେ ବିଓଏମ୍ରେ ବ୍ୟାଙ୍କିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିଲେ।

ଦୀର୍ଘ ୧୯ ବର୍ଷରୁ ଅଧିକ ସମୟ ହେବ ସେ ବିଓଏମ୍ର ଦିଲ୍ଲୀ, କୋଲକାତା, ପାଟନା, ରାୟପୁର, କାନପୁର, ଆକୋଲା, ପୁଣେ, ମୁମ୍ବାଇ ଭଳି ଅଞ୍ଚଳରେ ଭିନ୍ନ ଭିନ୍ନ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟକରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି।

ସେହିଭଳି ଏହି ସମୟ ମଧ୍ୟରେ ମିଶ୍ର ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଶାଖା ମୁଖ୍ୟ ରୂପେ କାର୍ଯ୍ୟ କରିବା ସହ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟର ବୃହତ୍ କର୍ପୋରେଟ୍ ଫାଇନାନ୍ସରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ବିଶେଷକରି ଅଞ୍ଚଳ ମୁଖ୍ୟ ଭାବେ ଯୋଗଦେଲା ପରେ ମିଶ୍ର ମିଡ୍ କର୍ପୋରେଟ୍, ରିଟେଲ୍, ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ଧ୍ୟାନଦେବା ସହ ବିଭିନ୍ନ ସରକାରୀ ଯୋଜନାକୁ ମଧ୍ୟ ଠିକ୍ ଭାବେ କାର୍ଯ୍ୟକାରୀ କରି ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାଙ୍କକୁ ସାମିଲ କରାଇବେ ବୋଲି ସେ ମତପ୍ରକାଶ କରିଛନ୍ତି।

Post Views60 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!