ଘନୀଭୂତ ହେବାରେ ଲାଗିଛି ‘ବିପର୍ଯ୍ୟୟ’

ଆରବସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ କ୍ରମେ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିଛି ।
ଏଥିସହିତ ସମୁଦ୍ର ଉପକୂଳରେ ଜୋରରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ରକୁ ଆଲର୍ଟ ଜାରି କରାଯାଇଛି । ବାତ୍ୟା ସ୍ଥିତିର ମୁକାବିଲା କରିବାକୁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଆହୁରୀ ତୀବ୍ରତର ହେବ ଏହି ବାତ୍ୟା । ବର୍ତ୍ତମାନ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ।

ଏହା ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ କେନ୍ଦ୍ରୀଭୂତ ହୋଇ ରହିଛି । କ୍ରମେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!