ଆଜି ସକାଳୁ 5T ସଚିବ ଭିକେ ପାଣ୍ଡିଆନ କେନ୍ଦୁଝର ବିକାଶର ନକ୍ସା ଅଙ୍କିବାକୁ ପ୍ରଥମେ ପହଞ୍ଚିଥିଲେ କେନ୍ଦୁଝରର ପ୍ରସିଦ୍ଧ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ । ଏନେଇ ୬ ମାସରେ କାମ ଆରମ୍ଭ ହୋଇ ଶୀଘ୍ର ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ଏହାର ବିକାଶ ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା ।
ସ୍ଥାନୀୟ ଲୋକଙ୍କର ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦେବା ସହ ମିଶନ ଶକ୍ତି ମାମାନଙ୍କ ସହ ହାତ ମିଳାଇ ତାଙ୍କ ସହ ବାର୍ତ୍ତାଳାପ କଲେ ।

