ଦୟାନଦୀ ଶଯ୍ୟାରେ ଶୟନରତ ବୁଦ୍ଧ

ଭୁବନେଶ୍ବର ବ୍ଲକ୍‌ ଲିଙ୍ଗିପୁର ଗ୍ରାମ ଦୟାନଦୀ ଶଯ୍ୟାର ବୋଇତବନ୍ଦାଣ ଘାଟ ନିକଟରେ ଗଢ଼ାଯାଇଛି ଭଗବାନ ବୁଦ୍ଧଙ୍କ ବିରାଟ ବାଲୁକା କଳାକୃତି। ବାଲୁକା ଶିଳ୍ପୀ ଡ. ସୁବଳ ମହାରଣାଙ୍କ ତତ୍ତ୍ବାବଧାନରେ ଅନ୍ୟ ୨୦ ଜଣ ଶିଳ୍ପୀଙ୍କ ସହଯୋଗରେ ହୋଇଛି ଭଗବାନ ବୁଦ୍ଧଦେବଙ୍କ ଶୟନ ମୁଦ୍ରାରେ ଥିବା ୫୦ ବର୍ଗଫୁଟ ଚଉଡ଼ା, ୩୬ ଫୁଟ ଉଚ୍ଚତା ଓ ୧୪୦ ଫୁଟ ଲମ୍ବର କଳାକୃତି। ୨୬ ତାରିଖ ସନ୍ଧ୍ୟା ୬ଟା ସମୟରୁ ଜେସିବି ସାହାଯ୍ୟରେ ବାଲିତାଡ଼ି ୩୭ ଘଣ୍ଟା ସମୟ ଧରି ଶିଳ୍ପୀମାନେ ଏହାକୁ ନିର୍ମାଣ କରିଥିଲେ।

ଦୟାନଦୀରେ ଏହା ସର୍ବବୃହତ୍‌ ବାଲୁକା ମୂର୍ତ୍ତି ବୋଲି ସୁବଳ କହିଛନ୍ତି। ଏହି ବାଲୁକା କଳା ମାଧ୍ୟମରେ ‘ୱାର୍ଲଡ ପିସ୍‌, ନୋ ୱାର୍‌’ ସଚେତନତା ବାର୍ତ୍ତା ମାଧ୍ୟମରେ ସୁବଳ କଳିଙ୍ଗ ଯୁଦ୍ଧର ଘନଘଟା ଓ ବିଶ୍ବରେ ଯୁଦ୍ଧ ବିଭୀଷିକାକୁ ଅବତାରଣା କରି ଭଗବାନ ବୁଦ୍ଧଦେବଙ୍କ ମୂଳମନ୍ତ୍ର ଅହିଂସା ଓ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିବା କହିଛନ୍ତି।

Post Views29 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!