ଦୀର୍ଘ ଦିନ ପରେ ଇଣ୍ଡିଆରେ ଅନିଷ୍ଠିତ ହେବାକୁ ଯାଉଛି ।ମିସ୍ ଓ୍ବାର୍ଲଡ ପ୍ରତିଯୋଗିତା ।ଶେଷ ଥର ପାଇଁ ୧୯୯୬ରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। । ଯଦିଓ ପ୍ରତିଯୋଗିତାର ନିର୍ଦ୍ଦିଷ୍ଟ ତାରିଖ ଜଣାପଡ଼ିନାହିଁ ତେବେ ଏକମାସରୁ ଅଧିକ ସମୟ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଶେଷ ଆଡ଼କୁ ଆୟୋଜିତ ହେବ ବୋଲି ଆଶା କରାଯାଉଛି।
ଏଥିରେ ପ୍ରାୟ ୧୩୦ରୁ ଅଧିକ ଦେଶର ସୁନ୍ଦରୀମାନେ ସାମିଲ ହୋଇ ବିଭିନ୍ନ କଠିନ ପ୍ରତିଯୋଗିତାରେ ସେମାନଙ୍କର ଅନନ୍ୟ ପ୍ରତିଭା, ବୁଦ୍ଧିମତା ଏବଂ ସମବେଦନା ପ୍ରଦର୍ଶନ କରିବେ। ଭାରତ ପାଇଁ ପ୍ରଥମ ବିଶ୍ବ ସୁନ୍ଦରୀ ମୁକୁଟ ଆଣିଥିଲେ ରିତା ଫରିଆ ୧୯୬୬ ମସିହା ପ୍ରତିଯୋଗିତାରେ। ସେହିପରି ଅନ୍ୟ ଭାରତୀୟ ବିଶ୍ବ ସୁନ୍ଦରୀମାନେ ହେଲେ ଐଶ୍ବର୍ଯ୍ୟା ରାୟ (୧୯୯୪), ଡାଏନା ହେଡେନ୍ (୧୯୯୭), ଯୁକ୍ତା ମୁଖୀ (୧୯୯୯), ପ୍ରିୟଙ୍କା ଚୋପ୍ରା (୨୦୦୦) ଓ ମାନୁଷୀ ଛିଲ୍ଲାର (୨୦୧୭)। ଚଳିତ ବର୍ଷର ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିବେ ୨୦୨୨ର ମିସ୍ ଇଣ୍ଡିଆ ସିନି ସେଟ୍ଟି।

