କାନ୍ସରେ ଜଲବା ଦେଖାଇଲେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି । ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଛନ୍ତି ସନ୍ନି । ସନି ଅନେକ ଚର୍ଚ୍ଚାରେ ଥିବା ବେଳେ ଏବେ ଆଉ ଏକ ଲୁକ୍ ସାମ୍ନାକୁ ଆସିଛି। କାନ୍ସ ଫିଲ୍ମ ଫେଷ୍ଟିଭାଲର ତୃତୀୟ ଦିନରେ ସନି ଏକ ଜୁଲଫର ମିଲାଓ କୁଲ ସୋଲ୍ଜର ଡ୍ରେସ୍ ପିନ୍ଧିଥିଲେ। ସନି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମ କେନେଡିର ଜୋରଦାର ପ୍ରଚାର କରୁଛନ୍ତି। ଏହି ଫିଲ୍ମଟି ଏକମାତ୍ର ଭାରତୀୟ ଫିଲ୍ମ, ଯାହାକି କାନ୍ସ ଜୁରି ଦ୍ୱାରା ମନୋନୀତ ହୋଇଛି ।

