6 ଦିନ ଭିତରେ ୩୦୦ କୋଟି ଇନକମ୍ କଲାଣି ସାଉତ ସୁପରଷ୍ଟାର ରଜନୀକାନ୍ତଙ୍କ ମୁଭି ଜେଲର୍ । ମୁଭି ସହ ରଜନିକାନ୍ତ ପ୍ରାୟ ୨ ବର୍ଷ ପରେ ସିଲଭର ସ୍କ୍ରିନକୁ କମବ୍ୟାକ କରିଛନ୍ତି ଓ ଫ୍ୟାନ୍ସ ତାଙ୍କ ଥଲାଇଭାଙ୍କ ଲେଉଟାଣିକୁ ଖୁବ ଉତ୍ସାହର ସହ ସ୍ବାଗତ କରୁଛନ୍ତି । ଏବେ ବିଭିନ୍ନ ଭାଷାରେ ରିଲିଜ ହେବାକୁ ଯାଉଛି ଜେଲର୍ । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଭାରତ ମଧ୍ୟରେ ମୋଟ 301.57 କୋଟି ଟଙ୍କା ଆୟ କରିଛି। ଘରୋଇ ମୋଟ 350.3 କୋଟି ଟଙ୍କା ଏବଂ ବିଦେଶରେ 183 କୋଟି ଟଙ୍କା ସଂଗ୍ରହ ସହିତ ଜେଲରର ବିଶ୍ୱ ସମୁଦାୟ 533.3 କୋଟିରେ ପହଞ୍ଚିଛି।

