ଜରୁରୀ କାମ ନ ଥିଲେ ଘରୁ ବାହାରନ୍ତୁନି

ସାରା ରାଜ୍ୟରେ ନିଆଁ ବର୍ଷା । ସୂର୍ଯ୍ୟ ଉଇଁଲେ ଉପାନ୍ତରୁ ଉପକୂଳ ସବୁଠି ଜାରି ହେଉଛି ତାତିର ଅଘୋଷିତ କର୍ଫ୍ୟୁ । ସକାଳୁ ସକାଳୁ ରାଜ୍ୟରେ ୪୦ ପାଖେଇଲାଣି ତାପମାତ୍ରା । ୩୭.୪ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଥିବା ବେଳେ ସମ୍ବଲପୁରରେ ତାତି ୩୬.୪, ଝାରସୁଗୁଡାରେ ୩୭.୪ ଡ଼ିଗ୍ରୀ, ହୀରାକୁଦରେ୩୫.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୩୩.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୩.୨ ଡ଼ିଗ୍ରୀ ରହିଛି ତାପମାତ୍ରା ।

୭୬% ଆର୍ଦ୍ରତା ରେକର୍ଡ ହୋଇଚି । ସକାଳୁ ରାଜଧାନୀରେ ଘଣ୍ଟା ପ୍ରତି ୧୮ ରୁ ୨୦ କିମି ବେଗରେ ପବନ ତଥା ଏହି ପବନ ଦକ୍ଷିଣ ଦିଗରୁ ରହୁଥିବାରୁ ଗତକଲି ତୁଳନାରେ ତାପମାତ୍ରା କମ ରହିବ ସମ୍ଭାବନା ରହିଛି ।ସିଭିୟର ହିଟ୍ଓ୍ବେଭ୍ ସମୟରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!