ସାରା ବର୍ଷ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ବଡ଼ ଦେଉଳକୁ ଯାଆନ୍ତି ଭକ୍ତ। ହେଲେ ରଥଯାତ୍ରାରେ ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ। କାଳିଆର ଏହି ଯାତ୍ରାରେ ସାମିଲ ହେବାକୁ କୋଣ ଅନୁକୋଣରୁ ଧାଇଁ ଆସିଛନ୍ତି ଭକ୍ତ ଗଣ ।କାଳିଆର ସେ ଚକା ଚକା ଆଖିରେ ଆଖି ମିଶାଇବାକୁ । ପ୍ରଭୁଙ୍କୁ ପାଖରେ ପାଇ ମନ ଅଥୟ ହୋଇପଡିଛି । ପ୍ରଚଣ୍ଡ ଖରା ଓ ଗୁଳୁଗୁଳିକୁ ଖାତିର ନକରି ଟିକିଏ ଜଗାର ଦର୍ଶନ ପାଇଁ ମନ ବ୍ୟାକୁଳ । ଖରାରେ ଦେହ ସିଝୁଥିଲେ ବି ଭକ୍ତର ଆଖିରୁ ନିଗାଡ଼ି ପଡ଼ୁଥିଲା ଭକ୍ତିର ଲୁହ ।

