ଆମେରିକା ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ ପାଇ ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ମୋଦି ।ଵାଶିଂଟନରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ସ୍ବାଗତ କରାଯିବ । ଏହାପରେ ମୋଦୀ ଆଜି ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସମ୍ବୋଧନ କରିବେ। ପରେ ସେ ଆମେରିକା କଂଗ୍ରେସର ଯୁଗ୍ମ ସରାକୁ ସମ୍ବୋଧୃତ କରିବା ସହିତ ରାତିରେ ବାଇଡେନ ଦମ୍ପତିଙ୍କ ଦ୍ଵାରା ହ୍ବାଇଟ୍ ହାଉସରେ ଆୟୋଜିତ ରାତ୍ର ଭୋଜନରେ ଯୋଗ ଦେବେ। ଏହି ଅବସରରେ ଆମେରିକା ସହିତ ଭାରତର ବହୁ ଗୁରୁତ୍ବପୂର୍ଣ ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ସେ ସେଠାକାର ୨୦ କର୍ପୋରେଟ୍ ମୁଖ୍ୟଙ୍କୁ ମଧ୍ୟ ଭେଟିବେ ।

