ଓପିଜିସିକୁ ଶ୍ରେଷ୍ଠ ବିଦ୍ୟୁତ୍‌ ଉତ୍ପାଦନକାରୀ କମ୍ପାନୀ ପୁରସ୍କାର

ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟୁତ୍‌ ଉତ୍ପାଦନକାରୀ ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ(ଓପିଜିସି) ଲିମିଟେଡ୍‌କୁ କମ୍ପାନୀ ଭାବେ ପୁରସ୍କୃତ କରାଯାଇଛି। ଅପରପକ୍ଷରେ ଅନ୍ୟ ଏକ ପୁରସ୍କାର ବର୍ଗରେ କମ୍ପାନୀର ସକାରାମତ୍କ ପ୍ରଭାବ ପକାଉଥିବା ତଥା ବ୍ୟବସାୟିକ ନେତୃତ୍ୱ ନେଉଥିବା କର୍ମଚାରୀ ଭାବେ ମାନସ ରଞ୍ଜନ ରାଉତଙ୍କୁ ୨୦୨୩ ବର୍ଷର ମୁଖ୍ୟ ପରିଚାଳନା (ଶକ୍ତି କ୍ଷେତ୍ର) ପାଇଁ ‘ଇଟି ଏନର୍ଜି ଲିଡରଶିପ୍‌ ଆୱାର୍ଡ’ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଏନର୍ଜି ଲିଡରଶିପ୍‌ ସମ୍ମିଳନୀ ଏବଂ ଆୱାର୍ଡ ୨୦୨୩ ପକ୍ଷରୁ ଓପିଜିସିକୁ ‘ଦ ଇକୋନୋମିକ ଟାଇମ୍ସ ଏନର୍ଜି ଲିଡରଶିପ୍‌ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ନୂଆଦିଲ୍ଲୀସ୍ଥିତ ହ୍ୟାଟ୍‌ ରିଜେନ୍ସିଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଓପିଜିସିର ନିର୍ଦ୍ଦେଶକ (ପରିଚାଳନା) ମାନସ ରଞ୍ଜନ ରାଉତ ଉକ୍ତ ପୁରସ୍କାର ଅତିଥିଙ୍କଠାରୁ ଗ୍ରହଣ କରିଥିଲେ।

ବିଶେଷକରି ଟାଇମ୍ସ ଗ୍ରୁପ୍‌ ଦ୍ୱାରା ପରିଚାଳିତ ‘ଇଟି ଏନର୍ଜି ଲିଡରଶିପ୍‌ ଆୱାର୍ଡ’ ହେଉଛି ଏକ ଗୌରବମୟ ପୁରସ୍କାର। ସେହିଭଳି ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ତଥା ଆର୍ଥତ୍କ ପ୍ରଦର୍ଶନ ଦ୍ୱାରା ଗତ ୨ବର୍ଷ ମଧ୍ୟରେ ଓପିଜିସି ଅନେକ ବ୍ୟବସାୟିକ ମାଇଲଖୁଣ୍ଟ ହାସଲ କରିଛି।

ଏହାକୁ ଦୃଷ୍ଟିରେ ରଖି ବିଚାରକମଣ୍ଡଳୀ ଚଳିତ ବର୍ଷ ପାଇଁ ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ଶକ୍ତି ଉପତ୍ାଦନକାରୀ ସଂସ୍ଥା ମଧ୍ୟରେ ଓପିଜିସିକୁ ଚୟନ କରିଥିଲେ।

ଏପରିକି ଆର୍ଥତ୍କ ପରିଚାଳନା ଏବଂ ମୂଲ୍ୟ ଅନୁକୂଳତମ ପଦକ୍ଷେପ ଦ୍ୱାରା ୨୦୨୨-୨୩ ଆର୍ଥତ୍କ ବର୍ଷରେ ଓପିଜିସି ସର୍ବୋଚ୍ଚ ୪୮% ଲାଭ ହାସଲ କରିଥିବାବେଳେ ଉନ୍ନତ ପ୍ଲାଣ୍ଟଲୋଡ୍‌ ଫ୍ୟାକ୍ଟର (ପିଏଲ୍‌ଏଫ୍‌), ସ୍ବଳ୍ପ ପରିଚାଳନା ମୂଲ୍ୟ, ଚୂଡ଼ାନ୍ତ ଟାରିଫ୍‌ ମୂଲ୍ୟ ଦ୍ୱାରା ଗତ ୩ଟି ଆର୍ଥିକ ବର୍ଷରେ କ୍ଷତି ସହି ଆସୁଥିବା କମ୍ପାନୀ ୧୧୨୬ କୋଟି ଟଙ୍କା ଲାଭ କରିଛି। ଏତଦ୍‌ବ୍ୟତୀତ ପିଏଲ୍‌ଏଫ୍‌ର ବ୍ୟବହାର ଏବଂ ଶୃଙ୍ଖଳିତ ପ୍ରକ୍ରିୟା ଉପରେ ଗୁରୁତ୍ୱ ଯୋଗୁ କମ୍ପାନୀରେ ଏକ ସୁଦୃଢ଼ ଆର୍ଥିକ ଭିତ୍ତିଭୂମିର ବିକାଶ ହୋଇପାରିଛି।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!