ବର୍ଲିନରେ ଚମକିଲେ ବଲାଙ୍ଗିର ପୁଅ

ବଲାଙ୍ଗୀରର ଯୁବକ ବୈଷ୍ଣବ ରାଜପଳିଆ ଆଣିଦେଲେ ଭାରତ ତଥା ରାଜ୍ୟ ପାଇଁ ଗୌରବ। ଜର୍ମାନୀ ବର୍ଲିନ ଠାରେ ସ୍ବତନ୍ତ୍ର ଅଲମ୍ପିକ୍ସ କ୍ରୀଡ଼ାରେ ରେ ସେ ରୌପ୍ୟ ପଦକ ଜିଣି ଏହି ଗୌରବ ଆଣିଦେଇଛନ୍ତି।
ବଲାଙ୍ଗୀର ସଇଁତଳା ବ୍ଲକ ଟିକ୍ରାପଡ଼ା ଗ୍ରାମର ଏକ ଗରିବ ପରିବାରରେ ଜନ୍ମିତ ବୈଷ୍ଣବ ରାଜ ପଳିଆ। ପାଞ୍ଚ ଭଉଣୀ ମଧ୍ୟରେ ସେ ଏକା ଗେହ୍ଲା ପୁଅ। ହେଲେ ଜନ୍ମ ଦିନରୁ ସେ ଭିନ୍ନ କ୍ଷମ ଥିବାରୁ ଚିନ୍ତାରେ ଥିଲେ ପରିବାର। ଏବଂ ତାଙ୍କୁ ସଇନ୍ତଲା ସ୍ଥିତ ରେଡକ୍ରସ ଭିନ୍ନ କ୍ଷମ ସ୍କୁଲରେ ପଡ଼ିବାକୁ ଛାଡିଥିଲେ। ସେପଟେ ବୈଷ୍ଣବ ଦିବ୍ୟଙ୍ଗ ହେଲେ ସୁଦ୍ଧା ତାଙ୍କର ଖେଳ ପ୍ରତି ଅହେତୁକ ରୁଚି ଥିଲା। ଏବଂ ଏହି ସ୍କୁଲରେ ତାଙ୍କର ଖେଳ ପ୍ରତିଭା ପରିପ୍ରକାଶ ହୋଇଥିଲା।

ମିଳିଥିଲା ଉତ୍ତମ ପ୍ରଶିକ୍ଷଣ। ଯାହା ଦ୍ଵାରା ସେ ତିନୋଟି ଖେଳରେ ସିଦ୍ଧ ହସ୍ତ ହେବାରେ ଲାଗିଥିଲେ। ଏବଂ ପରେ ରାଜ୍ୟ ସ୍ତରୀୟ ଅନେକ ଖେଳ ପ୍ରତିଯୋଗିତାରେ ସେ ସଫଳ ହୋଇଥିଲେ। ଏହି ପରି କିଛି ଜାତୀୟ ଖେଳ ପ୍ରତି ଯୋଗିତାରେ ମଧ୍ୟ ସେ ସଫଳ ହେବା ପରେ ସେ ଲୋକ ଲୋଚନ ହୋଇଥିଲେ। ସେହିପରି ନିକଟରେ ସେ ଜର୍ମାନୀ ଠାରେ ହେବା କୁ ଥିବା ସ୍ବତନ୍ତ୍ର ଅଲମ୍ପିକରେ ଭାଗ ନେବାକୁ ସୁଯୋଗ ପାଇଥିଲେ। ଯାହାକୁ ନେଇ ସାରା ବଲାଙ୍ଗୀର ଜିଲ୍ଲାରେ ଖୁସିର ମାହୋଲ ଖେଳି ଯାଇଥିଲା।

ଏବଂ ସେ ଜୁନ ୧୭ ରୁ ୨୫ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଲମ୍ପିକରେ ଭାଗ ନେଇଥିଲେ। ତେବେ ସେଠି ସେ ସଟ ଫୁଟ ଥ୍ରୋ ରେ ଅନେକ ଦେଶର ଖେଳାଳିଙ୍କୁ ପଛରେ ପକାଇ ରୌପ୍ୟ ପଦକ ଜିଣି ଛନ୍ତି। ଏବଂ ପ୍ରମୋଦ ଭାଗବତ ପରେ ସେ ଓଡ଼ିଶା ପାଇଁ ଦ୍ଵିତୀୟ ଅଲମ୍ପିକ୍ସ ମେଡାଲ ଆଣି ଦେଇଛନ୍ତି। ଯାହା କୁ ନେଇ ଏବେ ସାରା ବଲାଙ୍ଗିରରେ ଖୁସିର ଲହର ଥିବା ବେଳେ ତାଙ୍କୁ ନେଇ ସମସ୍ତେ ଗର୍ବିତ ଅନୁଭବ କରୁଛନ୍ତି।ତେବେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ସଫଳତା ପାଦ ଚୁମେ। ଏହାକୁ ସେ ପ୍ରମାଣ କରିଛନ୍ତି। ଏବଂ ତାଙ୍କର କଠିନ ପରିଶ୍ରମ ଆଜି ତାଙ୍କୁ ଏହି ସଫଳତା ଆଣି ଦେଇ ଥିବା ବେଳେ ସାରା ରାଜ୍ୟରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି। ସେହିପରି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ ଟୁଇଟ କରି ବିଶେଷ ସୂଚନା ଦେବା ସହ ତାଙ୍କୁ ଶୁଭେଚ୍ଛା ଦେଇଛନ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!