ଉପ ମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର

ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଶପଥ ପାଠ ପରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଆଜି ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଭେଟରାନ ରାଜନେତା ଶରଦ ପାୱାରଙ୍କ ଏନସିପି ମହାରାଷ୍ଟ୍ରରେ ଦୁଇ ଫାଳ ହୋଇ ଯାଇଛି। ଶରଦ ପାୱାରଙ୍କ ସମେତ କିଛି ନେତା ଓ ବିଧାୟକ ଏବେ ବି ଉଦ୍ଧବ ଠାକରେ ଓ କଂଗ୍ରେସ ସହ ରହିଛନ୍ତି। କିନ୍ତୁ ଅଜିତ ପାୱାର ଓ ପ୍ରାୟ ୯ ଜଣ ବିଧାୟକ ଆଜି ବିଧିବଦ୍ଧ ଭାବେ ଏକନାଥ ସିନ୍ଦେ ଓ ବିଜେପି ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ସରକାରଙ୍କୁ ସମର୍ଥନ ଘୋଷଣା କରିଛନ୍ତି।

ସମର୍ଥନ ଦେବା ମାତ୍ରେ ଅଜିତ ପାୱାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ। ଏହାପରେ ସେହିଠାରେ ହିଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଅଜିତ ପାୱାର ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଧରମରାଓ ଅତରମ, ସୁନୀଲ ବାଲସାଡେ, ଅଦିତି ତାଟକାରେ, ହାସନ ମୁଶରିଫ, ଚଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଅନୀଲ ପାଟିଲ, ଦିଲୀପ ଭାଲସେ ପାଟିଲ ମଧ୍ୟ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ହୋଇଛନ୍ତି।

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!