୫ ଦିନିଆ ରିମାଣ୍ଡ ସରିବା ପରେ ଜେଲ ଗଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ। ତାଙ୍କୁ ସୁନ୍ଦରଗଡ଼ ଜେଲକୁ ପଠାଇ ଦିଆଯାଇଛି। ୨୩ ତାରିଖରେ ଭିଜିଲାନ୍ସ ପ୍ରଶାନ୍ତଙ୍କ ଘରେ ରେଡ୍ ବେଳେ ତାଙ୍କ ଘରୁ କେବଳ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କା ନଗଦ ଜବତ କରିଥିଲା। ,ଯାହା ରାଜ୍ୟ ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ୱିତୀୟ ସର୍ବାଧିକ ।
ରିମାଣ୍ଡ ସମୟରେ ପ୍ରଶାନ୍ତଙ୍କ ପାଖରୁ ଆହୁରି ବିପୁଳ ଆୟ ବର୍ହିଭୂତ ସମ୍ପତ୍ତିର ସୁରାଗ ପାଇଛି ଭିଜିଲାନ୍ସ। ଏହି ଜେରା ସମୟରେ ଭିଜିଲାନ୍ସ ୬ଟି ବେନାମୀ ଆକାଉଣ୍ଟରେ କୋଟିଏ ୨୦ ଲକ୍ଷ ଟଙ୍କାର ଡିପୋଜିଟ୍, ଭଦ୍ରକ ଓ ଭୁବନେଶ୍ୱରରେ ୨ଟି ବେନାମୀ ପ୍ଲଟ୍ ସମେତ ୩ଟି ପ୍ଲଟ୍ ଥିବାନେଇ ଭିଜିଲାନସ ତଥ୍ୟ ହାସଲ କରିଛି।ପୂର୍ବରୁ ବିଭିନ୍ନ୍ ସ୍ଥାନରେ ରେଡ୍ ବେଳେ ତାଙ୍କ ପାଖରୁ ୩ କୋଟିରୁ ଅଧିକ କ୍ୟାସ ସମେତ ୫ କୋଟି ୨୧ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି
ମିଳିଥିଲା।
ଯାହା ଆୟଠାରୁ ୫୦୬% ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଜୁନ୍ ୨୪ ତାରିଖରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିଲା। କିଛି ଦିନ ତଳେ ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲେ।

