ହିଂସାରେ ଜଳୁଛି ଫ୍ରାନ୍ସ । 7 ଦିନରେ ପହଞ୍ଚିଛି ଆନ୍ଦୋଳନ । ପୋଲିସ ଗୁଳିରେ ନାବାଳଙ୍କ ମୃତ୍ୟୁ ପରେ ରକ୍ତାକ୍ତ ହୋଇଛି ସହର । ପରିସ୍ଥିତି ନିୟନ୍ତ୍ରଣ ପାଇଁ ୫୦ହଜର ସୈନ୍ୟ ଓ ପୋଲିସ କର୍ମୀ ମୁତୟନ କରାଯାଇଛି । ପୁଣି ୪୨୭ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି । ଏବେସୁଦ୍ଧା ପ୍ରାୟ ୩ହଜାର ଲୋକଙ୍କୁ ହେପାଜତକୁ ନେଇଛି ପୋଲିସ । ପ୍ୟାରିସ ମେୟରଙ୍କ ଘର ଆଗରେ ରଖାଯାଇଥିବା କାରରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ । ଗତ ୫ଦିନ ମଧ୍ୟରେ ୨ହଜାରରୁ ଅଧିକ ଗାଡ଼ି ପୋଡ଼ି ଦିଆଯାଇଛି । ଦଙ୍ଗାକାରୀଙ୍କୁ ରୋକିବାକୁ ପୋଲିସ ଲୁହ ବୁହା ଗ୍ୟାସ ଓ ଓ୍ବାଟର କ୍ୟାନନ ମାଡ଼ କରିଛି । ହିଂସାତ୍ମକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବ୍ରିଟେନ ଏବଂ ଅନ୍ୟ ୟୁରୋପୀୟ ଦେଶମାନେ ନାଗରିକ ତଥା ପର୍ଯ୍ୟଟକଙ୍କୁ ହିଂସା ପ୍ରଭାବିତ ଅଞ୍ଚଳକୁ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

