ମିର୍ଜାପୁର ସିଜିନ୍-୩ରେ ବି ନଜର ଆସିବେ ବଲିଉଡ଼ ଆକ୍ଟ୍ରେସ ଇଶା ତଲୱାର । ତାଙ୍କ ଅଭିନିତ ମୀର୍ଜାପୁର ସିଜିନ୍-୨’ରେ ସେ ବେଶ୍ ପପୁରାଲ ହୋଇଥିଲେ । ଏଥିରେ ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । କିନ୍ତୁ ଏବେ ନୂଆ ଓ୍ବେବସିରିଜ ଚମକକୁ ନେଇ ଚର୍ଚ୍ଚାରେ ଇଶା । ଏଥିରେ ଇଶା ଲିଡ ରୋଲରେ ନଜର ଆସିବେ ।ପଞ୍ଜାବୀ ମ୍ୟୁଜିକ୍ରେ ଥିବା ଭାବପ୍ରବଣତା, ବାସ୍ତବ ଝଲକ ଏବଂ ମ୍ୟୁଜିସିଆନ୍ଙ୍କ ଉତ୍ସର୍ଗକୁ ନେଇ ଏହାର କାହାଣୀ ପର୍ଯ୍ୟବସିତ । ଏଥିରେ ଯୁଗରାଜ ଚୌହାନ ନିର୍ଦ୍ଦେଶନା ଦେଇଛନ୍ତି । ଇଶା ତାଙ୍କ ନୂଆ ସିରିଜକୁ ନେଇ ଖୁସି ଥିବା କହିଛନ୍ତି ।

