ଅଗ୍ନି ସୁରକ୍ଷାକୁ ଫୋକସ୍, ୪୫ଟି ପଦବୀ ମଞ୍ଜୁର

କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜରେ ଅଗ୍ନିସୁରକ୍ଷା ପାଇଁ ୪୫ଟି ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମଞ୍ଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି ନୂତନ ପଦବୀଗୁଡ଼ିକ ହେଲା- ୩ଟି ଷ୍ଟେସନ ଅଫିସର, ୪ଟି ଲିଡିଂ ଫାୟାରମ୍ୟାନ, ୩ଟି ହାବିଲଦାର, ତିନିଟି ଫାୟାରମ୍ୟାନ ଡ୍ରାଇଭର ଓ ୩୦ଟି ଫାୟାରମ୍ୟାନ ପଦବୀ । ଏହି ନୂତନ ପଦବୀ ସୃଷ୍ଟି ଦ୍ୱାରା ତିନିଟି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନି ନିରାପତ୍ତା ଅଧିକ ସୁଦୃଢ଼ ହେବ ।

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗର ବିଭିନ୍ନ ସ୍ତରରେ ୪୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!