ପୁଞ୍ଜିନିବେଶରେ ଓଡ଼ିଶା ଦେଶର ଉତ୍କୃଷ୍ଟ ସ୍ଥାନ

ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ନିବେଶକଙ୍କୁ କରାଯିବ ନିମନ୍ତ୍ରଣ । ଆଜି ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ । ପୁଞ୍ଜିନିବେଶରେ ଓଡ଼ିଶା ଦେଶର ଉତ୍କୃଷ୍ଟ ସ୍ଥାନ। ନିବେଶକଙ୍କୁ ମିଳିବ ପ୍ଲସ୍‌ ଓ୍ବାନ୍‌ ସୁବିଧା। ସିଙ୍ଗ୍‌ଲ ଓ୍ବିଣ୍ଡୋ ସିଷ୍ଟମରେ ସବୁ ଅନୁମତି ସହଜରେ ମିଳିବ। ଜମି ଅଧିଗ୍ରହଣରେ ବି ସମସ୍ୟା ନାହିଁ ।

୨୩ ବର୍ଷର ସ୍ଥିର ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ବିଶ୍ବର ଶିଳ୍ପପତିଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶାରେ ସବୁକ୍ଷେତ୍ରରେ ରହିଛି ନିବେଶ ସୁଯୋଗ। ରାୟପୁରରେ ଆସନ୍ତାକାଲି ଓ ତା’ପର ଦିନ ଦୁଇଦିନ ଧରି ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ।

ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ନେତୃତ୍ବରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ରାୟପୁର ଗସ୍ତ କରିଛନ୍ତି । ପୁଞ୍ଜିପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରି ସେମାନଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରାଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!