ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଚନ୍ଦ୍ରୟାନ-୩ କରିବ କ’ଣ?

3 ବର୍ଷ ପରେ ପୁଣି ଚନ୍ଦ୍ରକୁ ଯାତ୍ରା । କଳ୍ପନା ଆଜି ସତ ହେବାକୁ ଯାଉଛି । ଏଥରକ ଚନ୍ଦ୍ର ପୃଷ୍ଠରେ ସଫଳ ଲ୍ୟାଣ୍ଡିଂକୁ ଫୋକସ କରାଯାଇଥିବାବେଳେ ଏ ନେଇ ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବା ପାଇଁ ଅଧିକ ପଦକ୍ଷେପ ସହ ଏକ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଇଛି । ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତାର କକ୍ଷ ପଥରେ ଅବସ୍ଥାପିତ ହେବ । ତେବେ ଲ୍ୟାଣ୍ଡର ବିକ୍ରମ, ରୋଭର ପ୍ରଜ୍ଞାନ ଅଗଷ୍ଟ ୨୩ରେ ଚନ୍ଦ୍ରରେ ଚନ୍ଦ୍ରୟାନ-୩କୁ ଲ୍ୟାଣ୍ଡ କରିବେ ବୋଲି ଅନୁମାନ କରାଯାଉଛି ।
ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଉପରେ ଇସ୍ରୋ ପ୍ରାଥମିକତା ଦେଇଛି । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ରୋଭର ବାହାରି ଚନ୍ଦ୍ରମାଟିରେ ବିଚରଣ କରିବ । ସେଠାକାର ଭୂସଂରଚନା, ମୃତ୍ତିକାର ଭୌତିକ ଗୁଣ ସହିତ କମ୍ପନ ସମ୍ବନ୍ଧୀୟ ବହୁ ତଥ୍ୟ ସଂଗ୍ରହ ସହ ଚନ୍ଦ୍ରମାଟିର ରାସାୟନିକ ପରୀକ୍ଷା କରିବ ।


ଚନ୍ଦ୍ରୟାନ ମିଶନ୍ ଚନ୍ଦ୍ରର ଭୂକମ୍ପର ତାପଜ ଗୁଣ ଏବଂ ମୌଳିକ ସଂରଚନା ଅଧ୍ୟୟନରେ ସାହାଯ୍ୟ କରିବ | ଏ ତମାମ ପ୍ରକ୍ରିୟା ବେଳେ ଚନ୍ଦ୍ରୟାନ-୨ର ଅର୍ବିଟର ମାଧ୍ୟମରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ଓ ରୋଭର୍ ସହିତ ସଂପର୍କରେ ରହିବ ଇସ୍ରୋ ।

 

Post Views69 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!