ଡକ୍ଟର ଆଶିଷ ଘୋଷ ଆଇଆଇଆଇଟି ନିର୍ଦ୍ଦେଶକ

ଡକ୍ଟର ଆଶିଷ ଘୋଷ ଭୁବନେଶ୍ବରସ୍ଥିତ ଇଣ୍ଟର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇନଫରମେସନ ଟେକ୍ନୋଲୋଜିର ନିର୍ଦ୍ଦେଶକ ନିଯୁକ୍ତ । ଡକ୍ଟର ଆଶିଷ ଘୋଷଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି ।

ଡକ୍ଟର ଆଶିଷ ଘୋଷ ୫ ବର୍ଷ ପାଇଁ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇନଫରମେସନ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ।

ଏବେ ସେ କୋଲକାତାସ୍ଥିତ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଟେକ୍ନୋଲୋଜି ଇନୋଭେସନ ହବ୍‌ ପ୍ରଫେସର ତଥା ପ୍ରକଳ୍ପ ନିର୍ଦ୍ଦେଶକ ଅଛନ୍ତି । ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୨୮ ବର୍ଷର ଅଭିଜ୍ଞତା ରହିଛି । ପ୍ରଫେସର ଡକ୍ଟର ଆଶିଷ ଘୋଷ ୧୦ଟି ପୁସ୍ତକ ରଚନା କରିଥିବା ବେଳେ ତାଙ୍କ ତତ୍ତ୍ବାବଧାନରେ ଗବେଷଣା କରି ୧୦ ଜଣ ପିଏଚଡି ଲାଭ କରିଛନ୍ତି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!