ଷ୍ଟଲ୍ଓ୍ବାର୍ଟକୁ ଷ୍ଟେଟ୍ ବିଜ୍ନେସ୍ ଆୱାର୍ଡ

ରାଜ୍ୟର ପ୍ରମୁଖ ଘରୋଇ ଗୃହ ନିର୍ମାଣକାରୀ ସଂସ୍ଥା ଷ୍ଟଲ୍ଓ୍ବାର୍ଟ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍(ଏସ୍ପିପିଏଲ୍)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ଅପରପକ୍ଷରେ ଟ୍ରଷ୍ଟର ମୁଖ୍ୟ ଭରତ ପ୍ରଧାନ ସ୍ବାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ମତପ୍ରକାଶ କରିଥିଲେ। ପରିଶେଷରେ ଟ୍ରଷ୍ଟ ପକ୍ଷରୁ ଅସହାୟ ଶିଶୁମାନଙ୍କୁ ମାଗଣାରେ ବହି, ଖାତା ଓ ପେନ୍ ଆଦି ପ୍ରଦାନ କରାଯାଇଥିଲା।

ଏପରିକି ନିର୍ବାଣ ଫାଉଣ୍ଡେଶନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଷ୍ଟେଟ୍ ବିଜ୍ନେସ୍ ଆୱାର୍ଡ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣରେ ଷ୍ଟଲ୍ଓ୍ବାର୍ଟ ଓ ଏସ୍ପିପିଏଲ୍ର ଏମ୍ଡି ଶରତ ସାହୁଙ୍କୁ ‘ଷ୍ଟେଟ୍ ବିଜ୍ନେସ୍ ଆୱାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ନିର୍ବାଣ ଫାଉଣ୍ଡେଶନ ଟ୍ରଷ୍ଟ ପକ୍ଷରୁ ନିକଟରେ ଆୟୋଜନ କରାଯାଇଥିବା ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ଉକ୍ତ ସମ୍ମାନ ଷ୍ଟଲ୍ଓ୍ବାର୍ଟ ଓ ଏସ୍ପିପିଏଲ୍ର ଏମ୍ଡି ସାହୁଙ୍କୁ ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ସିଓଓ ଆଲୋକ ଶ୍ରୀବାସ୍ତବ ଏବଂ ସେଞ୍ଚୁରିଆନ ୟୁନିଭର୍ସିଟି ସ୍କୁଲ ଅଫ୍ ମ୍ୟାରିଟାଇମ ଷ୍ଟଡିଜର ଉପାଧ୍ୟକ୍ଷ କ୍ୟାପ୍ଟେନ ରାଜେନ୍ଦ୍ର ନାରାୟଣ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏପରିକି ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ରାଜ୍ୟର ୩୦ ବିଶିଷ୍ଟ ଉଦ୍ୟୋଗୀଙ୍କୁ ଷ୍ଟେଟ୍ ବିଜ୍ନେସ୍ ଆୱାର୍ଡ ପ୍ରଦାନ କରାଯାଇଥିଲା।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!