ରାଜ୍ୟର ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ କ୍ଷେତ୍ରର ବିକାଶ ଉପରେ ସରକାର ବେଶ ଗୁରୁତ୍ବ ପ୍ରଦାନ କରୁଛନ୍ତି। ଏହି କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ଆଗେଇ ଆସିବାକୁ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଆଜି ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି।ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ କ୍ଷେତ୍ରରେ ନିବେଶ କରିବାକୁ ଚାହୁଥିବା ନିବେଶକମାନଙ୍କୁ ରାଜ୍ୟ ସରକାର ରିହାତି ଦରରେ ଜମି, ପୁଞ୍ଜିନିବେଶ ଉପରେ ସବ୍ସିଡି, ନିଯୁକ୍ତି ସବ୍ସିଡି, ବିଦ୍ୟୁତ ଶୁଳ୍କ ଓ ଷ୍ଟାମ୍ପ୍ ଡ୍ୟୁଟି ଉପରେ ଛାଡ଼ ଭଳି ସୁବିଧା ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ବାଲ୍ମର୍ ଲରିର ନିର୍ଦ୍ଦେଶକ ଆର୍ ଏମ୍ ଉଥୟରାଜା, ଟିନ୍ପ୍ଲେଟ୍ର ଭିପି ପି ଆନନ୍ଦ, ଏମରସନ୍ ରେନ୍ୱିକ୍ ଗ୍ରୁପ୍ର ଏଏସ୍ଏମ୍ ରଣଜୟ ବସୁ ଓ ଜେଏସ୍ଡବ୍ଲୁ ଟିନ୍ପ୍ଲେଟ୍ର ବିକ୍ରି ମୁଖ୍ୟ ରାମନାଥନ୍ ବାଲାସୁବ୍ରମଣ୍ୟମ ପ୍ରମୁଖ ଉପସ୍ଥିତ ଥିଲେ। ବେଙ୍ଗଲ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ପକ୍ଷରୁ ଶୁକ୍ରବାର ଆୟୋଜିତ ପ୍ୟାକେଜିଂ କନ୍କ୍ଲେଭ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ ଶିଳ୍ପକୁ ରାଜ୍ୟର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିଚାର କରାଯାଉଛି। ଖାଦ୍ୟ ପ୍ରକ୍ରିୟାକରଣ, କୃଷି-ରିଟେଲ୍, ପୋଷାକ ଆଦି କ୍ଷେତ୍ର ଲାଗି ଏହା ବେଶ ଗୁରୁତ୍ବପୂର୍ଣ୍ଣ। ଭଲ ପ୍ୟାକେଜିଂର ଅଭାବରେ ଏହି କ୍ଷେତ୍ରଗୁଡ଼ିକ ଠିକ୍ ଭାବେ ପରିଚାଳିତ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି।
Related Posts
୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଲା ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁ
୩୬ ଘଣ୍ଟା ପରେ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଲା ପୁରୀ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁ ।…
ଆୟୁଷ୍ମାନ ଭାରତ’ ପ୍ରଚଳ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ । ‘ଆୟୁଷ୍ମାନ ଭାରତ’ ପ୍ରଚଳ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।‘…
ଆଜି ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ
ମୋଦି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ। ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।…

