ପୁରୀ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର

ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିକପାଇଁ ରାଜ୍ୟ ସରକାର ଜଳ ଜୀବନ ମିଶନ ଯୋଜନାରେ ରାଜ୍ୟର ପୁରୀ ଜିଲ୍ଲାରେ ଚାରିଗୋଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ଏହାଦ୍ବାରା ୬ଟି ବ୍ଲକର ୯୨ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୯୮ ଟି ଗ୍ରାମର ୪ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ପୁରୀ ସଦର ବ୍ଲକରେ ୧ ଲକ୍ଷ ୩୮ ହଜାର ୫୪୨ ଜଣ ଲୋକ, ଗୋପରେ ୧ ଲକ୍ଷ ୧ ହଜାର ୭୭୦ ଜଣ ଲୋକ, କାକଟପୁରର ୫୩ ହଜାର ୯୮୧, ଡେଲାଙ୍ଗର ୮୬ ହଜାର ୫୦୨, ଅସ୍ତରଙ୍ଗ ବ୍ଲକର ୫୯ ହଜାର ୭୭୨, ସତ୍ୟବାଦୀ ବ୍ଲକର ୧୪ ହଜାର ୬୪୦ ଜଣ ଲୋକ ଓ ନିମାପଡା ବ୍ଲକର ୫ ହଜାର ୪୦୫ ଜଣ ଲୋକ ଉପକୃତ ହେବେ । ପ୍ରକଳ୍ପ ପାଇଁ 639 କୋଟି ୧୬ ଲକ୍ଷ ୨୮ ହଜାର ୮୧୨ ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଉକ୍ତ ପ୍ରକଳ୍ପ ଗୁଡିକ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!