ହିମାଚଳରେ କମୁନି ଫ୍ଲାସ୍‌ଫ୍ଲଡ୍‌

HIMACHAL FLASHFLOOD NEWS

 

ଏବେ ବି ହିମାଚଳରେ ପର୍ବଳ ବର୍ଷା ଜାରି ।  ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ଭୂସ୍ଖଳ ଘଟି ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଶହରୁ ଅଧିକ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି  ।କୁଲ୍ଲୁରେ କେଇ ସେକେଣ୍ଡ ଭିତରେ ୮ଟି ବହୁତଳ ବିଶିଷ୍ଟ କୋଠା ଧୂଳିସାତ ହୋଇଯାଇଛି । ଭୂସ୍ଖଳନ ଜୋନରେ ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ହିମାଚଳର ସିମଲା, କାଙ୍ଗରା, ଚାମ୍ବା, ମଣ୍ଡି, କୁଲ୍ଲୁ ଜିଲ୍ଲା ଅତ୍ୟଧିକ ପ୍ରଭାବିତ ହୋଇଛି । ଆହୁରି ଦୁଇ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ଚାରଧାମ ଯାତ୍ରୀମାନେ କିଛି ସ୍ଥାନରେ ଫସି ରହିଥିବା ବେଳେ ରେସ୍କ୍ୟୁ ଅପରେସନ ଜାରି ରହିଛି । ୨୭ ତାରିଖ ପରେ ମୌସୁମୀ ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଗାଣ ବର୍ଷାଯୋଗୁ ଅଧକାଂଶ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ।

Post Views69 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!