ମିଲେଟ ମିଶନକୁ ଜୋସ୍

ଆହୁରି ଆଗେଇବ ମିଲେଟ ମିଶନ । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ପାଇଁ ପାଣ୍ଠି ମଂଜୁର ହୋଇଛି। ଏଥିରେ ପୁଷ୍ଟିସାର ପ୍ରସାର ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଏହି ଉଦ୍ଦେଶ୍ୟରେ ଅର୍ଥ ବ୍ୟବସ୍ଥା କରାଯାଇଛି । ୨୦୧୭-୧୮ ବର୍ଷ ଠାରୁ ଓଡିଶା ମିଲେଟ୍ ମିଶନ କାର୍ଯ୍ୟକାରୀ ହୋଇଆସୁଛି । ଚାଷ ଜମିରେ ଏବଂ ଖାଦ୍ୟ ଥାଳିରେ ପୁଷ୍ଟିଶସ୍ୟର ପୁନଃ ପ୍ରଚଳନ କରିବା ଯୋଜନାର ମୂଳ ଲକ୍ଷ୍ୟ । ପ୍ରଥମ ପର୍ଯ୍ୟାୟରେ ୭ଟି ଜିଲ୍ଲାର ୩୦ଟି ବ୍ଲକ୍ରେ କାର୍ଯ୍ୟକ୍ଷମ ହୋଇଥିଲା । ପରବର୍ତ୍ତୀ ବର୍ଷରେ ୧୧ଟି ଜିଲ୍ଲାର ୬୫ଟି ବ୍ଲକକୁ ସଂପ୍ରସା ରିତ କରାଯାଇଥିଲା । ପର୍ଯ୍ୟାୟକ୍ରମେ ୨୦୨୧-୨୨ରେ ୧୫ଟି ଜିଲ୍ଲାର ୮୪ଟି ବ୍ଲକରେ ଏବଂ ୨୦୨୨-୨୩ରେ ୧୯ଟି ଜିଲ୍ଲାର ୧୪୨ଟି ବ୍ଲକରେ କାର୍ଯ୍ୟକାରୀ ହୋଇଛି । ସରକାରୀ ୨୦୨୩-୨୪ବର୍ଷରୁ କାର୍ଯ୍ୟକ୍ରମକୁ ୩୦ଟି ଜିଲ୍ଲାରେ ୧୭୭ଟି ବ୍ଲକକୁ ସଂପ୍ରସାରିତ କରିଛନ୍ତି । କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ୨୦୨୩-୨୪ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୨କୋଟିରୁ ଅଧିକ ଟଙ୍କା ବଜେଟ୍ରେ ଅନୁମୋଦନ କରିଛନ୍ତି ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!