ଘୋଷଣା ହେଲା ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଆଲିଆ ଭଟ୍ଟ, କ୍ରିତି ସାନନ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନିତ ହୋଇଛନ୍ତି । ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି ଗାଙ୍ଗୁବାଇ କାଠିଓ୍ବାବାଡି ପାଇଁ । କ୍ରିତି ସାନନଙ୍କୁ ମିଳିବ ବେଷ୍ଟ ଆକ୍ଟ୍ରେସ ଆଓ୍ବାର୍ଡ । MIMIରେ ସରୋଗାସୀ ମଦର ଭୂମିକାରେ ନଜର ଆସିଥିଲେ କ୍ରିତି ସାନନ। ପୁଷ୍ପା ଷ୍ଟାର ଅଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି ।
ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ପଲ୍ଲବୀ ଯୋଶୀ ଓ ପଙ୍କଜ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସହଅଭିନେତା ଘୋଷଣା କରାଯାଇଛି । ପଙ୍କଜ ତ୍ରିପାଠୀଙ୍କୁ MIMI ପାଇଁ ଓ ପଲ୍ଲବୀ ଯୋଶୀଙ୍କୁ ଦ କାଶ୍ମୀର ଫାଇଲ୍ସ ପାଇଁ ଶ୍ରେଷ୍ଠ ସହ ଅଭିନେତା, ଅଭିନେତ୍ରୀ ଘୋଷଣା କରାଯାଇଛି । ସୁଜିତ ସରକାର ନିର୍ଦ୍ଦେଶିତ ସର୍ଦ୍ଦାର ଉଦ୍ଧମକୁ ସର୍ବଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ଘୋଷଣା କରାଯାଇଛି । ଏସଏସ ରାଜମୌଲିଙ୍କ ଫିଲ୍ମ RRRକୁ ବେଷ୍ଟ କୋରିଓଗ୍ରାଫି, ବେଷ୍ଟ ପପୁଲାର ଫିଲ୍ମ ଘୋଷଣା କରାଯାଇଛି । ସିଦ୍ଧାର୍ଥ ମଲହୋତ୍ରା, କିଆରାଙ୍କ ଅଭିନିତ ସେରଶାହକୁ ମିଳିବ ସ୍ପେଶାଲ ଜୁରୀ ଆଓ୍ବାର୍ଡ । ଆର ମାଧବନଙ୍କ ନିର୍ଦ୍ଦେଶିତ ରକେଟରୀକୁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଘୋଷଣା କରାଯାଇଛି ।

