ସୂର୍ଯ୍ୟ ମିଶନ ଲାଗି ବଢିଲା ତତ୍ପରତା । ଆସନ୍ତା ସେପ୍ଟେମ୍ବର ୨ ତାରିଖ ସକାଳ ୧୧ଟା ୫୦ରେ ଆଦିତ୍ୟ ଏଲ-୧ର ହେବ ଉତକ୍ଷେପଣ । ଏନେଇ ଘୋଷଣା କରିଛି ଇସ୍ରୋ । ଶ୍ରୀହରିକୋଟା ସତୀଶ ଧାଓ୍ବନ ସ୍ପେସ ସେଣ୍ଟରରୁ ଲଞ୍ଚ ହେବ ସ୍ପେସକ୍ରାଫ୍ଟ । ଚନ୍ଦ୍ର ମିଶନ ପରେ ସୂର୍ଯ୍ୟ ମିଶନ ଲାଗି ସାରା ଦେଶବାସୀଙ୍କ ଏବେ ରହିଛି ପ୍ରତୀକ୍ଷା । ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ ଆଦିତ୍ୟ ଏଲ୧ର ସଫଳତା ଉପରେ ରହିଛି ନଜର । ସୂର୍ଯର ଗବେଷଣା କ୍ଷେତ୍ରରେ ଇସ୍ରୋର ସନ୍ ମିଶନ ପ୍ରଥମ । ସୂର୍ଯ୍ୟ ଓ ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ୧ରେ ଏକ କକ୍ଷ ପଥରେ ସ୍ପେସକ୍ରାଫ୍ଟକୁ ମୁତୟନ କରାଯିବ ।

