ବିକାଶର ତାଲିକାରେ ଯୋଡ଼ି ହେବ ଉତ୍କେଲା ବିମାନ ବନ୍ଦର

କଳାହାଣ୍ଡି ଏବେ ବିକଶିତ । ଆସନ୍ତାକାଲିଠୁ ଦୈନିକ କଳାହାଣ୍ଡିରୁ ଭୁବନେଶ୍ବର ଯାଏ ବିମାନ ଉଡ଼ିବ। ଅଗଷ୍ଟ ୭ରେ ଡିଜିସିଏ ପକ୍ଷରୁ ଲାଇସେନ୍ସ ମିଳିଛି । ଅଗଷ୍ଟ ୧୫ରୁ ବିମାନ ଉଡ଼ାଇବାକୁ ଅନୁମତି ମିଳିଛି । ୯ଟି ସିଟ ବିଶିଷ୍ଟ ଇଣ୍ଡିଆ ୱାନ ବିମାନରେ ଯାତ୍ରୀ ଯାତାୟତ କରିବେ । ଟିକେଟର ଦାମ ୯୯୯ଟଙ୍କା । ଏହା ସକାଳ ୭ଟା ୧୫ ରେ ଭୁବନେଶ୍ବର ଛାଡ଼ି ୮.୨୫ରେ ଉତ୍କେଲାରେ ପହଂଚିବ । ସେହିପରି ଉତ୍କେଲାରୁ ସକାଳ ୮.୫୦ରେ ବାହାରି ୧୦ଟାରେ ଭୁବନେଶ୍ବର ପହଂଚିଵ । ଏହା ଓଡ଼ିଶାର ପଞ୍ଚମ ବିମାନ ବନ୍ଦର । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ସରକାରଙ୍କ ଏ ପଦକ୍ଷେପ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ପ୍ରସ୍ତୁତ ହୋଇଛି । ବିମାନ ସେବାକୁ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି କଳାହାଣ୍ଡିବାସୀ ।

Post Views80 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!