ଏଣିକି ରାସନ କାର୍ଡରେ ନାଁ ନଥିଲେ ବି ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ବାସ୍ଥ୍ୟ ସେବା ମିଳିପାରିବ। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ୱାଇ)କୁ ନେଇ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି।
ରାସନ କାର୍ଡରେ ବାପା ଓ ମାଆଙ୍କ ନାମ ରହିଥିଲେ ତାଙ୍କ ଛୋଟ ପିଲାଙ୍କୁ ମାଗଣା ଚିକିତ୍ସା ମିଳିପାରିବ। ଯେଉଁମାନଙ୍କ ନାଁ ଏନଏଫଏସଏ ବା ଏଫଏସଏସ ଡାଟା ବେସରେ ମଧ୍ୟ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସୁରୁଖୁରରେ ହୋଇପାରିବ ।
ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ ଅଭିଭାବକ । ଏନେଇ ବିଏସକେଓ୍ବାଇ ସହ ଜଡ଼ିତ ହୋଇଥିବା ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।
କୌଣସି କାରଣରୁ ଯଦି ୫ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କ ନାମ ଜାତୀୟ ଖାଦ୍ୟ ସୁରକ୍ଷା (ଏନ୍ଏଫ୍ଏସ୍ଏ) ଅବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍)ରେ ଅନ୍ତର୍ଭୁକ୍ତ ହୋଇ ନାହିଁ ତେବେ ସେମାନଙ୍କୁ ବିଏସ୍କେୱାଇରେ ମାଗଣା ସ୍ୱାସ୍ଥ୍ୟ ସେବା ମିଳିପାରିବ

