ଅପରାଜିତାଙ୍କ ଭରସାରେ ସୌମ୍ୟ

ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେପି ସହ ଯୋଗସୂତ୍ର ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି । ଭଲ ସମୟ ଦେଖି ପୁଣିଥରେ ପୁରୁଣା ଦଳକୁ ଫେରିବାକୁ ସୌମ୍ୟ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସାରିଥିବା ନେଇ ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ସହ ଘନଘନ ଆଲୋଚନା କରୁଥିବା ନେଇ ଭିତିରି ଖବର ଏବେ ବାହାରେ ବୁଲୁଛି । ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀଙ୍କ ତରଫରୁ ସୌମ୍ୟଙ୍କୁ କାଳେ ଗ୍ରୀନ୍ ସିଗନାଲ ମିଳିଥିବା ବେଳେ ମାଡାମ ଅପରାଜିତାଙ୍କୁ ମନାଇବାକୁ ସୌମ୍ୟ ବାବୁ ଏବେ ମିଡ଼ିଆକୁ ଢାଲ କରିଥିବା କୁହାଯାଉଛି ।


ପୂର୍ବରୁ ସୌମ୍ୟଙ୍କ ଗଣମାଧ୍ୟମରେ ଅପରାଜିତାଙ୍କୁ ସେତେଟା ଗୁରୁତ୍ୱ ମିଳୁନଥିଲା । କିନ୍ତୁ ଏବେ ସୌମ୍ୟଙ୍କ ପାରିବାରିକ ମାଲିକାନାରେ ଥିବା କନକ ନ୍ୟୁଜରେ ଅପରାଜିତାଙ୍କୁ ନେଇ ଘଣ୍ଟା ଘଣ୍ଟା ଲାଇଭ ଚାଲୁଥିବାର ଦେଖିବାକୁ ମିଳୁଛି । ଏହାପଛର ବଡ କାରଣ ହେଲା, ସୌମ୍ୟଙ୍କ ବିଜେପି ଯିବା ଚର୍ଚ୍ଚା । କିନ୍ତୁ ଅପରାଜିତାଙ୍କ ସହମତି ନ ରହିଲେ ସୌମ୍ୟଙ୍କୁ କାଳେ ପଦ୍ମ ପୋଖରୀରେ ପହଁରିବାକୁ ସୁଯୋଗ ମିଳିବନି ବୋଲି ଶୁଣିବାକୁ ମିଳୁଛି । ଯେଉଁଥିପାଇଁ ଏବେ ନିଜ ଗଣମାଧ୍ୟମରେ ଅପରାଜିତାଙ୍କ ଗୁଣଗାନ କରିବାକୁ ଟିକିଏ ସୌମ୍ୟ ଟିକିଏ ବି କୁଣ୍ଠା କରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି ।


କେବଳ ଏତିକି ନୁହେଁ ବିଜେପିରେ ମିଶିବା ପାଇଁ ଅପରାଜିତାଙ୍କ ସହ ସୌମ୍ୟ ଗିଭ ଆଣ୍ଡ ଟେକ୍ ଚୁକ୍ତି କରିଥିବା ଶୁଣିବାକୁ ମିଳୁଛି । ଯାହାର ଝଲକ ଏବେ ପ୍ରତିଦିନ ଦେଖିବାକୁ ମିଳୁଛି । ସୌମ୍ୟ ନିଜର ସମ୍ପାଦକୀୟରେ ଅପରାଜିତାଙ୍କ ଉଦାହରଣ ରଖି ବିଜେଡି ସରକାରକୁ ଟାର୍ଗେଟ କରୁଥିବା ବେଳେ ଅପରାଜିତା ମଧ୍ୟ ତୁରନ୍ତ ସୌମ୍ୟଙ୍କ ସମର୍ଥନରେ ବାହାରି ଏହାକୁ ଠିକ୍ ବୋଲି କହିବାକୁ ଟିକିଏ ବି ପଛଘୁଞ୍ଚା ଦେଉନାହାନ୍ତି । ତାଛଡା ଅପରାଜିତାଙ୍କ ପ୍ରେସମିଟକୁ ନିଜ ଗଣମାଧ୍ୟମ ଚ୍ୟାନେଲ କନକ ନ୍ୟୁଜରେ ଶେଷ ପର୍ଯ୍ୟନ୍ତ ଲାଇଭ କରୁଥିବାର ଦେଖିବାକୁ ମିଳୁଛି । ଅପରାଜିତାଙ୍କ ଗ୍ରୀନ୍ ସିଗନାଲ ପାଇଁ ସୌମ୍ୟ ଏବେ ଏହି ରାସ୍ତା ଆପଣାଇଥିବା କୁହାଯାଉଛି । ଅନ୍ୟପଟେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅପରାଜିତାଙ୍କୁ ଅତି ସହଜରେ ମିଡ଼ିଆ ମାଇଲେଜ ମିଳୁଛି । ତେଣୁ ଏହି ସୁଯୋଗକୁ ମଧ୍ୟ ଅପରାଜିତା ହାତଛଡା କରିବାକୁ ଚାହୁଁନଥିବା କୁହାଯାଉଛି । ତେଣୁ ଆଉ କିଛି ମାସ ଏଭଳି ବିନା କୁହାବୋଲାରେ ମିଡ଼ିଆ ମାଇଲେଜ ନେବାକୁ ଅପରାଜିତାଙ୍କ ମନେ ମନେ ସ୍ଥିର କରିଥିବା ଶୁଣିବାକୁ ମିଳୁଛି । ଯେଉଁଥିପାଇଁ ସୌମ୍ୟଙ୍କୁ ବିଜେପିରେ ମିଶିବାକୁ ସବୁଜ ସଂକେତ ନଦେଇ ଅପରାଜିତା ଝୁଲାଇ ରଖିଥିବା କୁହାଯାଉଛି । କିନ୍ତୁ ଏହାଦ୍ୱାରା ସୌମ୍ୟଙ୍କର ଲାଭ କମ କ୍ଷତି ଅଧିକ ହେଉଥିବା ଚର୍ଚ୍ଚା ହେଉଛି । ନା ଏ କୂଳର ହୋଇପାରୁଛନ୍ତି ନା ସେ କୂଳର ହୋଇପାରୁଛନ୍ତି ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!