ପାଣ୍ଡିଆନ: ଗୋଟିଏ ନାଁ କୋଟିଏ ବିଶ୍ବାସ

ଓଡିଶାର ସେବା, ସମର୍ପଣ ଓ ଶାସନର ସୁଦୀର୍ଘ ଅଧ୍ୟାୟରେ ଯେଉଁ ନାଁଟି ଲୋକଙ୍କର ମୁଖସ୍ଥ ହୋଇଛି । ଯିଏ ସାଢେ ଚାରିକୋଟି ଲୋକଙ୍କର ହୃଦୟ ଜିଣିଛି । ସିଏ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ । ଜଣେ ଅଣଓଡ଼ିଆ କିପରି ଓଡିଆ ବନିଯାଏ, ଜାତିର ନହୋଇବି କେମିତି ଜାତିର ଉନ୍ନତି ପାଇଁ ଜାନ୍ ଲଗାଇଦିଏ । ଓଡିଶାର ନ ହୋଇବି ନବୀନ ଓଡିଶା ଗଠନର ବିନ୍ଧାଣୀ ସାଜେ । ତାହାର ଏକମାତ୍ର ଆଉ ଶ୍ରେଷ୍ଠ ଉଦାହରଣ ଭି.କାର୍ତ୍ତିକେୟନ ପାଣ୍ଡିଆନ ।

2000 ମସିହାର ଆଇଏଏସ୍ ଅଫିସର ଭି. କାର୍ତ୍ତିକେୟନ ପାଣ୍ଡିଆନ । ଯାହାଙ୍କ ନିଶ୍ବାସରେ ଓଡ଼ିଶାର ବିକାଶ, ଆଉ ପାଦେପାଦେ ପ୍ରଗତିର ପଦଚିହ୍ନ । ଓଡ଼ିଶାର ଉତ୍କର୍ଷ ଇତିହାସରେ ପାଣ୍ଡିଆନ ଏକ ଉଜ୍ବଳ ଅଧ୍ୟାୟ । ଭୋକର ଭୁଗୋଳରୁ ସମୃଦ୍ଧ ଓଡ଼ିଶାର ଯାତ୍ରାରେ ସେ ନବୀନ ସାରଥୀ । ଆମ ଐତିହ୍ୟ, ସଂସ୍କୃତି, ପରମ୍ପରା, ଭାଷାକୁ ସତେ ଯେମିତି ନିଜର କରିନେଇଛନ୍ତି ଭିକେ ପାଣ୍ଡିଆନ୍ । ଓଡ଼ିଶାକୁ ଗଢୁଛନ୍ତି, ଓଡ଼ିଆଙ୍କ ସେବା ପାଇଁ ସମର୍ପିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଆଦର୍ଶ, ଜଗତର ନାଥ ଜଗନ୍ନାଥ ତାଙ୍କ ଆରାଧ୍ୟ । ପ୍ରଶାସନିକ ଅଧିକାରୀ ଭାବେ ସେ ଯେତିକି ଜଣାଶୁଣା ଓଡ଼ିଆଙ୍କ ପ୍ରତିଟି ସମସ୍ୟାକୁ ସମାଧାନ କରି ସେତିକି ଆପଣାର । ରାଜ୍ୟକୁ ନବୀନ ଦେଇଥିବା ପ୍ରତିଶ୍ରୁତିର ପରିପାଳନର ପୃଷ୍ଠପୋଷକ ହେଉଛନ୍ତି ପାଣ୍ଡିଆନ । ଓଡ଼ିଶା ରୂପାନ୍ତରଣର ନାୟକ ନବୀନ ହେଲେ ପଚ୍ଛଦପଟ୍ଟର ରୂପକାର ପାଣ୍ଡିଆନ । ପ୍ରତିଭାଙ୍କୁ ଚିହ୍ନିବା ଓ ସୁଯୋଗ ଦେବାରେ ସେ ମାହିର ।

ବଦଳିଥିବା ଓଡ଼ିଶା, ଝଟକୁଥିବା କିର୍ତ୍ତିରାଜୀ, ସ୍ମାର୍ଟ ହେଉଥିବା ସହର, ସମୃଦ୍ଧ ହେଉଥିବା ଶିକ୍ଷା, ସୁସ୍ଥ ଓଡ଼ିଶା, ବେକାରୀଠୁ ଦାରିଦ୍ୟ ଦୂରିକରଣ ପର୍ଯ୍ଯନ୍ତ ସବୁଥିରେ ନବୀନ ନକ୍ସାରେ ରହିଛି ପାଣ୍ଡିଆନଙ୍କ ସ୍ପର୍ଶ । ଅଧ ରାତିରେ ବିକାଶର ସମୀକ୍ଷା ହେଉ କି ପାହାନ୍ତା ପ୍ରହରରେ ସମସ୍ୟାର ଅନୁଧ୍ୟାନ। ଅଟକିଥିବା କାମକୁ ତ୍ୱରାନ୍ୱିତ କରିବାରେ ପାଣ୍ଡିଆନଙ୍କ ଭୁମିକା ଅତୁଳନୀୟ। ସେ ଟାର୍ଗେଟ ଦିଅନ୍ତି, କ୍ୱାଲିଟିକୁ ଫୋକସ୍ କରି କଡାଗଣ୍ଡାର ହିସାବ ରଖନ୍ତି । ନିକଟରେ ରାଜ୍ୟର 30 ଜିଲ୍ଲା ଗସ୍ତ କରି ଲୋକଙ୍କ ନିକଟତର ହେବା ସହିତ ବିକାଶକୁ ଆଉ ପାଦେ ଆଗେଇ ନେଇଛନ୍ତି ଭିକେ ପାଣ୍ଡିଆନ । ଗ୍ରାଉଣ୍ଡରେ ଲୋକଙ୍କ ଅଭିଯୋଗ ଅନ ଦି ସ୍ପଟ ସମସ୍ୟାର ସମାଧାନ ଏବଂ ଉନ୍ନୟନ ପ୍ରକଳ୍ପକୁ ବାସ୍ତବ ରୂପ ଦେବାରେ ତାଙ୍କ ଅବଦାନ ଅତୁଳନୀୟ। ମୋଷ୍ଟ ପାଓ୍ବାରଫୁଲ ଅଫିସର ହୋଇ ବି ତାଙ୍କ ଚାଲିଚଳନ ସମସ୍ତଙ୍କ ପାଇଁ ଯେତିକି ଆଶ୍ଚର୍ଯ୍ୟ ସେତିକି ପ୍ରେରଣାଦାୟୀ । ଫର୍ମାଲ ପ୍ୟାଣ୍ଟ ଉପରେ ସାଧା ସାର୍ଟ । ବିନା ଇନରେ ନିଆରା ବ୍ୟବହାରରେ ଓଡ଼ିଶାର ପ୍ରତିଟି ମଣିଷର ସମସ୍ତଙ୍କର ମନ ଜିଣିଥିବା ପ୍ରିୟ ଅଫିସର ଭିକେ ପାଣ୍ଡିଆନ୍ ।

କୁହାଯାଏ ପାଣ୍ଡିଆନଙ୍କ ବିନା ନିର୍ଦ୍ଦେଶରେ ରାଜ୍ୟ ଶାସନ କଳରେ ପତ୍ରଟିଏ ବି ହଲେନି। ବିଜେଡି ରାଜନୀତିରେ ବି ପାଣ୍ଡିଆନ ହିଁ ସର୍ବେସର୍ବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ଘନିଷ୍ଠ ଓ ବିଶ୍ବାସୀ ବନିଯାଇଛନ୍ତି ଭିକେ ପାଣ୍ଡିଆନ। ଅନେକ ସମୟରେ ବିରୋଧୀ ମଧ୍ୟ ପାଣ୍ଡିଆନକୁ ସମାଲୋଚନା କରିବାକୁ ପଛାନ୍ତି ନାହିଁ। ଅନ୍ୟପଟରେ ପାଣ୍ଡିଆନ ଓଡ଼ିଶାର ଜ୍ବାଇଁ ମଧ୍ୟ। ମିଶନ ଶକ୍ତି ସଚିବ ତଥା କେନ୍ଦ୍ରାପଡ଼ାର ଝିଅ ସୁଜାତା କାର୍ତ୍ତିକେୟନଙ୍କୁ ସେ ବିବାହ କରିଛନ୍ତି।

ଜଣେ ନେତା ଲୋକଙ୍କ ଭରସା ଜିତେ, ଜନତାଙ୍କ ହୃଦୟରେ ରାଜ୍ କରେ। ହେଲେ ପାଣ୍ଡିଆନ୍ ନା ଜଣେ ନେତା ନା ସାମାଜିକ କର୍ମୀ। ତଥାପି ପ୍ରତିଟି ଓଡିଆଙ୍କ ମନରେ ଆଉ ମୁହଁରେ ସେ ତିଆରି କରିଛନ୍ତି ସ୍ୱତନ୍ତ୍ର ସ୍ଥାନ। ପ୍ରତିଟି ଅଭାବୀଙ୍କ ପାଇଁ ସାଜିଛନ୍ତି ଆଶା, ଗରିବ ପାଇଁ ସାଜିଛନ୍ତି ଭରସା। ଏମିତି କେତେ ଅଫିସର ଆସୁଥିବେ ଆଉ ଯାଉଥିବେ। ହେଲେ ପାଣ୍ଡିଆନଙ୍କ ପରି ପ୍ରଶାସନିକ ଅଧିକାରୀ ଏକମାତ୍ର ଆଉ ବିରଳ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!