ନୂଆ ନିଯୁକ୍ତି ପାଇଁ ଓସେପା ୱେବସାଇଟରେ ବିଜ୍ଞପ୍ତି ପ୍ରକାଶ କଲା । ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ । ଆସନ୍ତା ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓସେପା ୱେବସାଇଟ୍ osepa.odisha.gov.inରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ । ଏହି ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ଅନ୍ଲାଇନ୍ରେ ହେବ । କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ପ୍ରାର୍ଥୀ ଚୟନ କରାଯିବ । ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଓସେପା ୱେବସାଇଟରେ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରାଯିବ । ଅନଲାଇନରେ ଆବେଦନ ପ୍ରକ୍ରିୟାରେ ସମସ୍ୟା ହେଲେ ଏକ ଯୋଗାଯୋଗ ନମ୍ବର ମଧ୍ୟ ଦିଆଯାଇଛି ।
Related Posts
BJDର ନିର୍ବାଚନୀ ଇସ୍ତାହାର ଘୋଷଣା; ମିଳିବ ମାଗଣା ବିଜୁଳି, ୫ ବର୍ଷରେ ୨ଲକ୍ଷ ଚାକିରି, BSKYରେ ମଧ୍ୟବିତ୍ତ ସାମିଲ
ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ବିଜେଡିର ନିର୍ବାଚନୀ ଇସ୍ତାହାର-୨୦୨୪ ଉନ୍ମୋଚନ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ…
ଟାଟା ଷ୍ଟିଲ୍କୁ ଡିଇଆଇ-ଲାଇଟ୍ହାଉସ୍ ମାନ୍ୟତା
ଟାଟାର ସହଯୋଗୀ କମ୍ପାନୀ ଟାଟା ଷ୍ଟିଲ୍କୁ ଗ୍ଲୋବାଲ ଡାଇଭର୍ସିଟି ଇକ୍ୱିଟି ଆଣ୍ଡ୍ ଇନ୍କ୍ଲୁଜନ (ଡିଇଆଇ) ଲାଇଟ୍ହାଉସ୍ ୨୦୨୩ ମାନ୍ୟତା ପ୍ରଦାନ…
ଆଜିଠାରୁ ୩୦ ତାରିଖ ଯାଏ ୮ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମୋନ୍ଥାର ପ୍ରଭାବକୁ ଆଖି ଆଗରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି…

