ଆଣ୍ଡ୍ରଏଡ ଫୋନ ବ୍ଯବହାରୀକାରୀ ସାବଧାନ…

ସାବଧାନ ହୋଇଯାଆନ୍ତୁ ଆଣ୍ଡ୍ରଏଡ ଫୋନ ବ୍ଯବହାରୀକାରୀ ସାବଧାନ । ହ୍ଯାକ ହୋଇପାରେ ଆପଣଙ୍କ ମୋବାଇଲ ଫୋନରେ ଥିବା ସମ୍ପୂର୍ଣ୍ଣ ତଥ୍ୟ । ଏନେଇ କେନ୍ଦ୍ର ସରକାରଙ୍କ ସାଇବର ନିରାପତ୍ତା ସଂସ୍ଥା କମ୍ପ୍ୟୁଟର ଏମର୍ଜେନସି ରେସପନ୍ସ ଟିମ୍ ବା CERT-In ପକ୍ଷରୁ ଜାରି କରାଯାଇଛି ସତର୍କତା । ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମରେ ତଥ୍ଯ ହ୍ଯାକ ଲାଗି ବ୍ୟାପକ ଦୁର୍ବଳତା ରହିଛି ବୋଲି କହିଛି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଅଧୀନସ୍ଥ ସିଇଆରଟି । ତେବେ ହ୍ୟାକରମାନଙ୍କଠାରୁ କିପରି ସୁରକ୍ଷିତ ରହିବେ ସେଥିଲାଗି ଗାଇଡ ଲାଇନ ଜାରି କରିଛି ସିଇଆରଟି । ତାହା ହେଲା- ଡିଭାଇସକୁ ଅପଡେଟ କରିବେ । ଡିଭାଇସ ପ୍ରସ୍ତୁତକାରୀ ବା ଓଇଏମ ଦ୍ବାରା ଉପଲବ୍ଧ ସିକ୍ଯୁରିଟି ଅପଡେଟ ଓ ପ୍ଯାଚଗୁଡିକ ଲାଗି ଆବେଦନ କରିବେ । ଆଣ୍ଡ୍ରଏଡ ଫୋନରେ କଣ କଣ ଦୁର୍ବଳତା ରହିଛି ତାହା ଜାଣିବା ଲାଗି ଏହି ଅପଡେଟ ସହାୟକ ହେବ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!