ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ୪୪ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ସହାୟତା ମିଳିବ । ଏଥିରେ କ୍ଷୁଦ୍ର ଓ ନାମମାତ୍ର ଏବଂ ଭୂମିହୀନ ଚାଷୀ ଉପକୃତ ହେବେ । ଚାଷୀଙ୍କ ଆକାଉଣ୍ଟକୁ ୨ହଜାର ଲେଖାଏଁ ଦିଆଯିବ । ୯୦୦ କୋଟି ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ହସ୍ତାନ୍ତର ହେବ ।

ଆଜି ପଶ୍ଚିମଓଡିଶା ଗଣପର୍ବ ନୂଆଁଖାଇ ତିହାର ।  ଚାଷୀ ଉତ୍ପାଦନ କରିଥିବା ନୁଆଁ ଶସ୍ୟ କୁ ସମସ୍ତେ  ଇଷ୍ଟଦେବି ଙ୍କୁ ଭୋଗ ଲଗାଇଲା ପରେ ନିଜେ ପ୍ରସାଦ ପାଇ ନୁଆଁଖାଇ ପାଳନ କରିଥାନ୍ତି ।

ପଶ୍ଚିମ ଓଡିଶା ର ଘରେ, ଘରେ ନୂଆଁଖାଇ ତିହାର ପାଳନ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ପରମ୍ପରା ଅନୁସାରେ ନୂଆଁଖାଇ ପର୍ବଦିନ ଘରର ମହିଳାମାନେ ନୁଆଁ ସମ୍ବଲପୁରୀ ଶାଢ଼ୀ ,ନୁଆଁ ବସ୍ତ୍ର ପିନ୍ଧି ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

ନୂଆଁଖାଇ ତିହାରକୁ ଆଉ କିଛିଟା ସମୟ  ବାକି ରହିଛି । ସମ୍ବଲପୁରୀ ଶାଢ଼ୀ କିଣିବା ପାଇଁ ଦୋକାନ ବଜାରରେ ଜମିଛି ମହିଳାଙ୍କ ଭିଡ଼ । ହେଲେ  ନୂଆଁଖାଇ ତିହାରକୁ ନେଇ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ଓ ଗ୍ରାହକ ବେଶ ଖୁସି । ପୁରୁଖା ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ମନର ସବୁ ଦୁଃଖକୁ ଭୁଲି ଅଭାବ ସମୟରେ ଭାବ ଓ ଏକତାର ତିହାର ନୂଆଁଖାଇ ପାଳନ କରିବାକୁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି ।

Post Views26 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!