ଆଜି ପଶ୍ଚିମଓଡିଶା ଗଣପର୍ବ ନୂଆଁଖାଇ ଜୁହାର

ଆଜି ପଶ୍ଚିମଓଡିଶା ଗଣପର୍ବ ନୂଆଁଖାଇ ତିହାର । ଚାଷୀ ଉତ୍ପାଦନ କରିଥିବା ନୁଆଁ ଶସ୍ୟ କୁ ସମସ୍ତେ ଇଷ୍ଟଦେବି ଙ୍କୁ ଭୋଗ ଲଗାଇଲା ପରେ ନିଜେ ପ୍ରସାଦ ପାଇ ନୁଆଁଖାଇ ପାଳନ କରିଥାନ୍ତି l ପଶ୍ଚିମ ଓଡିଶା ର ଘରେ, ଘରେ ନୂଆଁଖାଇ ତିହାର ପାଳନ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ପରମ୍ପରା ଅନୁସାରେ ନୂଆଁଖାଇ ପର୍ବଦିନ ଘରର ମହିଳାମାନେ ନୁଆଁ ସମ୍ବଲପୁରୀ ଶାଢ଼ୀ ,ନୁଆଁ ବସ୍ତ୍ର ପିନ୍ଧି ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ନୂଆଁଖାଇ ତିହାରକୁ ଆଉ କିଛିଟା ସମୟ ବାକି ରହିଛି । ସମ୍ବଲପୁରୀ ଶାଢ଼ୀ କିଣିବା ପାଇଁ ଦୋକାନ ବଜାରରେ ଜମିଛି ମହିଳାଙ୍କ ଭିଡ଼ । ହେଲେ ନୂଆଁଖାଇ ତିହାରକୁ ନେଇ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ଓ ଗ୍ରାହକ ବେଶ ଖୁସି । ପୁରୁଖା ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ମନର ସବୁ ଦୁଃଖକୁ ଭୁଲି ଅଭାବ ସମୟରେ ଭାବ ଓ ଏକତାର ତିହାର ନୂଆଁଖାଇ ପାଳନ କରିବାକୁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି ।

ବିଲୁପ୍ତ ଲୋକନାଚ, ଲୋକବାଦ୍ୟରେ ଦୁଳୁକିବ ସମଗ୍ର ପଶ୍ଚିମଓଡ଼ିଶା । ପାରମ୍ପରୀକ ପିଠାପଣାରେ ମହକିବ ଗାଁଠୁ ସହର , ନୂଆଁଖାଇ ତିହାର ପାଳନ କରିବ ସମଗ୍ର ପଶ୍ଚିମ ଓଡିଶା ଚାଲିଛି ପ୍ରସ୍ତୁତି ।
ଗାଁଠୁ ସହର ସବୁଠି ପାଳିତ ହେବ ଗଣପର୍ବ ନୂଆଁଖାଇ ତିହାର । ଏଥିପାଇଁ ସମଗ୍ର ବରଗଡ଼ ଜିଲ୍ଲାରେ ଆରମ୍ଭ ହେଲାଣି ବିଭିନ୍ନ ପ୍ରକାର ପ୍ରସ୍ତୁତି । ଅନ୍ନ, ଚାଷୀ, ଭାଇଚାରା ଓ ପ୍ରେମର ମହାନ ପରମ୍ପରା ନୂଆଁଖାଇ ତିହାରକୁ କେମିତି ପାଳନ କରିବେ, ଘରେ ଘରେ କି କି ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ କରାଯିବ ତାକୁ ନେଇ ପ୍ରତି ଗାଁରେ ଚାଲିଛି ଜୋରଦାର ପ୍ରସ୍ତୁତି । ସମ୍ବଲପୁରୀ ଶାଢ଼ୀ, ସମ୍ବଲପୁରୀ କପଡା ସାଙ୍ଗକୁ ନୁଆଁ ବସ୍ତ୍ର ପିନ୍ଧି ସମସ୍ତେ ନୁଆଁଖାଇ ତିହାର ପାଳନ କରିବେ l ଏବର୍ଷ ନୂଆଁଖାଇ ତିହାରକୁ ନେଇ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ଓ ଗ୍ରାହକ ବେଶ ଖୁସି । ବଜାରରେ ଏକ ହଜାର ଟଙ୍କାରୁ ଆରମ୍ଭ କରି ୫୦ହଜାର ଟଙ୍କା ପର୍ଯ୍ୟନ୍ତ ବାନ୍ଧ ଶାଢ଼ୀ, ସପଟା, ପଶାପାଳୀ, ବିଚିତ୍ରାପୁରୀ, ତପୋଇ, ବମକେଇ ପାଟ, ବାପତା ପାଟ ଆଦି ସମ୍ବଲପୁରୀ ଶାଢ଼ୀ ବିକ୍ରି କରାଯାଉଛି । ଆଉ ଏହି ଶାଢ଼ୀ କିଣିବାକୁ ଦୋକାନରେ ମହିଳାଙ୍କ ଜମୁଛି ବେଶ ଭିଡ଼ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!