ନୂତନ ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତ

ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ମହିଳା ସଂରକ୍ଷଣ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ନୂତନ ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଗତ କରାଯାଇଛି।

କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିଛନ୍ତି। ମହିଳା ସଂରକ୍ଷଣ ବିଲ୍ର ନାମ ହେଉଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍’। ମହିଳା ସଂରକ୍ଷଣ ବିଲ୍‌ରେ ସମସ୍ତ ଦଳ ଏକାଠି ନଜର ଆସିଛନ୍ତି।

ଏଭଳି ପରିସ୍ଥିତିରେ ଏହି ବିଲ୍ ଉଭୟ ଗୃହରେ ସହଜରେ ପାରିତ ହେବ ବୋଲି ଆଶା କରାଯାଉଛି। ଏହି ବିଲ୍ ଆଇନ ହେବା ପରେ ମହିଳାମାନେ ଲୋକ ସଭା ତଥା ରାଜ୍ୟ ସଭାରେ ୩୩ ପ୍ରତିଶତ ଆସନରେ ସଂରକ୍ଷଣ ପାଇବେ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!