ଜାନୁଆରୀ ୨୨ରେ ହାଫ୍ ଡେ’ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ସେହିଦିନ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହାକୁ ନେଇ ଲୋକେ ଉତ୍ସାହିତ ଥିବା ବେଳେ ସେହିଦିନ କେନ୍ଦ୍ର ସରକାର ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି।

ସାରା ଦେଶରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି। ସେହିଦିନ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଏଗୁଡ଼ିକ ଛୁଟି ରହିବ।

ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟରେ ସେହିଦିନ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସେହିଦିନ ଅଯୋଧ୍ୟାର ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!