ଡେବ୍ୟୁ କରିବେ ଭାଇଜାନଙ୍କ ଭାଣିଜୀ

() ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଭାଇଜାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ। ଫିଲ୍ମ ‘ଫରେ’ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମର ଟିଜର ମଧ୍ୟ ରିଲିଜ୍ ହୋଇଯାଇଛି। ସଲମାନ ଖାନ୍ ଟିଜରକୁ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ଅଲିଜେହଙ୍କ ଝଲକ ଦେଖିବାକୁ ମିଳୁଛି। ସଲମାନ ଖାନ ଫିଲ୍ମସ ବ୍ୟାନରରେ ଏହି ଫିଲ୍ମଟି ନିର୍ମିତ ହୋଇଛି।

ଓଡ଼ିଆ ଡିରେକ୍ଟର ସୌମେନ୍ଦ୍ର ପାଢୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଭରିରହିଛି ଥ୍ରୀଲର ଏବଂ ସସପେନ୍ସ । ପୂର୍ବରୁ ଜମତାରା ନିର୍ଦ୍ଦେଶନା ଦେଇ ଲୋକପ୍ରିୟ ହୋଇଛନ୍ତି ସୌମେନ୍ଦ୍ର। ସ୍କୁଲ ପିଲାଙ୍କୁ ନେଇ ଫିଲ୍ମର ପୂରା କାହାଣୀ ଗତିଶୀଳ। ପରୀକ୍ଷାରେ ଚିଟିଂ ଉଦ୍ୟମ ଆଉ ପରବର୍ତ୍ତୀ ଘଟଣାକ୍ରମର ଝଲକ ଟିଜରରେ ଦେଖିବାକୁ ମିଳିଛି। ଫିଲ୍ମର ଟିଜରକୁ ସଲମାନଙ୍କ ଫ୍ୟାନମାନେ ବହୁତ ପସନ୍ଦ କରିଛନ୍ତି। ଚଳିତ ବର୍ଷ ୨୪ ନଭେମ୍ବରରେ ବଡ଼ ପରଦାରେ ରିଲିଜ ହେବ ଫରେ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!