ପାକିସ୍ତାନର ବଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩୪ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୧୩୦ରୁ ଅଧିକ ଆହତ ହୋଇଛନ୍ତି । ବିସ୍ଫୋରଣରେ ଜଣେ ଡେପୁଟି ସୁପରିଣ୍ଟେଣ୍ଡଣ୍ଟ ଅଫ ପୋଲିସ ନଓ୍ବାଜ ଗାସକୋରି ପ୍ରାଣହରାଇଛନ୍ତି । ବାଲୋଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲା ଅନ୍ତର୍ଗତ ଏକ ମସଜିଦରେ ଘଟିଛି ବିସ୍ଫୋରଣ । ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଲାଗି ଶହ ଶହ ଲୋକ ମସଜିଦରେ ପ୍ରାର୍ଥନାରତ ଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

