ରିଲିଜ ହେଲା ରଣବୀର କପୁର ଓ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ ଆନିମଲର ଫାଷ୍ଟ ସଙ୍ଗ । ପ୍ରଥମ ଗୀତର ନାଁ ରହିଛି ହୁଆ ମେଁ । ଏହି ଗୀତରେ ରଶ୍ମିକା-ରଣବୀରଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଗତକାଲି ଗୀତର ପୋଷ୍ଟର ରିଲିଜ ହୋଇଥିବା ବେଳେ ଏବେ ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଗୀତ ଦେଖିବା ପରେ ଏବେ ଫ୍ୟାନ ଉତ୍ସାହର ସହ ଫିଲ୍ମର ରିଲିଜ ଡେଟ୍କୁ ଅପେକ୍ଷା କରିଛନ୍ତି ।ଆସନ୍ତା ଡିସେମ୍ବରରେ ଫିଲ୍ମଟି ପରଦାରେ ହିଟ୍ କରିବାକୁ ଯାଉଛି ।

