ଜାତୀୟ ରାଜପଥ ପ୍ରସଙ୍ଗରେ ବିଜେପିକୁ କଡ଼ା ସମାଲୋଚନା କରିଛି ବିଜେଡି । ଏନଏଚ୍-୫୫ ରାସ୍ତା ସଂପ୍ରସାରଣ କାମ କଚ୍ଛପଗତିରେ ଚାଲିଥିବା ବିଜେଡି ଅଭିଯୋଗ କରିଛି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ ଶ୍ରୀମୟୀ ମିଶ୍ର ପ୍ରେସମିଟରେ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି କହିଛନ୍ତି, ଏନଏଚ ୫୫ର କିଛି ସ୍ଥାନରେ କାମ ବନ୍ଦ ଥିବା ବେଳେ କେବେ ସରିବ ଜଣାନାହିଁ। ରାସ୍ତା କାମ ଶୀଘ୍ର ସାରିବାକୁ ଆଜି ଯାଏ କେନ୍ଦ୍ର ଆଗରେ ପ୍ରଶ୍ନ କରିନାହାନ୍ତି ବିଜେପି ସାଂସଦ।
୨୦୧୫ରେ କୋଷ୍ଟାଲ ହାଇୱେ ଘୋଷଣା ହୋଇଥିଲା। ରାମେଶ୍ୱରମରୁ ଦୀଘା ଯାଏଁ ୮ହଜାର କୋଟିର ଏହି ପ୍ରକଳ୍ପ ପାଇଁ ୮କୋଟି ବି ଖର୍ଚ୍ଚ ହେଲାନି ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି ଭୁବନେଶ୍ୱର ପାଇଁ ୨୦୨୨ ଏପ୍ରିଲରେ ଘୋଷଣା ହୋଇଥିଲା କ୍ୟାପିଟାଲ ରିଜିଆନ ରିଂ ରୋଡ୍। ଏହାକୁ ରାଜ୍ୟ ସରକାର ଗ୍ରହଣ କରି ଟ୍ରାଫିକ ସମସ୍ୟା ନରହିବା ପାଇଁ ଆଲାଇନମେଣ୍ଟ କରିଥିଲେ। ଜମି ଅଧିଗ୍ରହଣ ପାଇଁ ବି ରାଜ୍ୟ ସରକାର ସହଯୋଗ କରିବେ ବୋଲି କହିଥିଲେ। ହେଲେ ଏନେଇ କୌଣସି ପଦକ୍ଷେପ ନିଆଗଲାନି । ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆଗକୁ ବଡ଼ ଆନ୍ଦୋଳନ କରିବାକୁ ବିଜେଡି ଚେତାବନୀ ଦେଇଛି ।



