ଆସିଲା ଗାଇଡ୍ଲାଇନ । ଶ୍ରୀ ମନ୍ଦିରକୁ ଗଲେ କେଉଁ ଭଳି ପୋଷାକ ପିନ୍ଧିବେ, କେଉଁ ପୋଷାକକୁ ବାରଣ କରାଯାଇଛି ଏନେଇ ଆସିଛି ଗାଇଡ଼ଲାଇନ୍ । ମାଇକରେ ଘୋଷଣା କରି ଭକ୍ତଙ୍କୁ କ’ଣ ପିନ୍ଧିବେ ସେସମ୍ପର୍କରେ ସୂଚନା ଦିଆଯାଇଛିା ଏଥିସହ ଆଜି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି।
ମନ୍ଦିରକୁ ଯିବା ବେଳେ ପୁରୁଷମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ଆଦି ପୋଷାକ ପିନ୍ଧିପାରିବେ। ସେହିପରି ମହିଳାମାନେ ଶାଢ଼ୀ,ଶାଲୱାର ଭଳି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବେ। ତେବେ ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସକୁ ସମ୍ପୂର୍ଣ୍ଣ ଭାବେ। ଅନାବଶ୍ୟକ ଭାବେ ଶରୀର ପ୍ରଦର୍ଶନ କରୁଥିବା ପୋଷାକ କିମ୍ବା ଧାର୍ମିକ ଭାବନକୁ କୁଠାରଘାତ କଲା ଭଳି ପୋଷାକ ବର୍ଜନୀୟ ବୋଲି ଗାଇଡ଼ଲାଇନ୍ରେ ଦର୍ଶାଯାଇଛି। ପ୍ରତ୍ୟେକ ସ୍ତରରେ ଏବେଠୁ ସଚେତନତା ସୃଷ୍ଟି ସହ ଆସନ୍ତା ନୂଆବର୍ଷଠାରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଏଥିନିମନ୍ତେ ଏବେଠୁ ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡ଼ିଲାଣି ପୁରୀ ମନ୍ଦିର ପ୍ରଶାସନ।

