ରାଧିକା ଚିମାଙ୍କୁ ବିଗ୍ ଇମ୍ପାକ୍ଟ ଆଓ୍ବାର୍ଡ

ଦିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ସାମାଜିକ ସଂସ୍ଥା ଆଇକେଜେ କେୟାର ଫାଉଣ୍ଡେଶନର ଅଧ୍ୟକ୍ଷା (ଚେୟାରପର୍ସନ) ରାଧିକା ଚିମାଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ପୁରସ୍କାର (ଆଓ୍ବାର୍ଡ) ପ୍ରଦାନ କରାଯାଇଛି। ଆଇକେଜେ କେୟାର ଫାଉଣ୍ଡେଶନ ଦୀର୍ଘ ବର୍ଷ ହେବ ସାରା ଦେଶରେ କାର୍ଯ୍ୟ କରୁଥିବାବେଳେ ପରିବେଶ ସୁରକ୍ଷା ଓ ନାରୀ ସଶକ୍ତୀକରଣ ଏବଂ ମହିଳା ଦକ୍ଷତା ବିକାଶ ଉପରେ ଚିମାଙ୍କ ଟିମ୍ ସଫଳତାପୂର୍ବକ କାର୍ଯ୍ୟ କରୁଛନ୍ତି।

ଏହି ସମ୍ମାନ ପୂର୍ବରୁ ରାଧିକାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ସମେତ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ପଦାଧିକାରୀ ସହ ବ୍ରାଣ୍ଡ୍ ଆମ୍ବାସାଡାର ଭାବେ ଚିମା ବେଶ୍ ପରିଚିତ ।

ବିଶେଷକରି ସାମଜସେବା ଓ ସାମାଜିକ କାର୍ଯ୍ୟର ଉଲ୍ଲେଖନୀୟ ଅବଦାନ ପାଇଁ ଚିମାଙ୍କୁ ବିଗ୍ ଏଫ୍ଏମ୍ ପକ୍ଷରୁ ବିଗ୍ ଇମ୍ପାକ୍ଟ ଆଓ୍ବାର୍ଡ ଦିଆଯାଇଛି। ଉଲ୍ଲେଖଯୋଗ୍ୟ,ବିଗ୍ ଏଫ୍ଏମ୍ ପକ୍ଷରୁ ଚଣ୍ଡିଗଡର ଏକ ତାରକା ହୋଟେଲରେ ବିଗ୍ ଇମ୍ପାକ୍ଟ ଆଓ୍ବାର୍ଡ -୨୦୨୩ର ଆୟୋଜନ କରାଯାଇଥିଲା। ଉକ୍ତ ପୁରସ୍କାର ବିତରଣ ଉତ୍ସବରେ ହରିୟାଣାର ମନ୍ତ୍ରୀ ଚନ୍ଦ୍ର ରଞ୍ଜିତ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚିମାଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ।

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!