ପେଶାରେ ଡାକ୍ତର,ହେଲେ ନିଶା ତାଙ୍କର ଗୀତ ଗାଇବା । ଓଡିଶାର ରାଜଧାନୀ ଭୁବନେଶ୍ୱର ସହରର ସମ୍ ହସ୍ପିଟାଲର ଶିଶୁ ବିଭାଗର ୨୩ ବର୍ଷିୟ ଡାକ୍ତର ରୋହନ ବିଶ୍ୱାଲ ।
ଓଡିଆ ଡାକ୍ତର ରୋହନ ନିଜ କଣ୍ଠର ଯାଦୁ ଦେଖାଇଛନ୍ତି ମୁମ୍ବାଇରେ ଆୟୋଜିତ ଇଣ୍ଡିଆନ ଆଇଡଲ୍ ପ୍ଲାଟଫର୍ମରେ । ଆଉ ସେଠାରେ ସିଲେକ୍ଟ ମଧ୍ୟ ହୋଇଛନ୍ତି ଆଗ ରାଉଣ୍ଡକୁ ।
ସେ ଅଡିସନ୍ ରାଉଣ୍ଡରେ ଲୋକପ୍ରିୟ ଚଳଚ୍ଚିତ୍ର “କବୀର ସିଂ” ର ହିନ୍ଦୀ ଗୀତ “ କେସେ ହୁଆ ଗୀତ ଗାଇ ଜଜ୍ମାନଙ୍କ ସହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ରୋହନ ୨୦୧୪ ରେ ଜୁନିଅର ଲେଭଲ୍ ଏମବିସି ସିଙ୍ଗିଙ୍ଗ୍ ସୁପର ଷ୍ଟାରର ଶ୍ରେଷ୍ଠ ଗାୟକ ଭାବରେ ସମ୍ମାନିତ ହୋଇଛନ୍ତି ।
ପିଲାଟି ଦିନରୁ ସଙ୍ଗୀତ ପ୍ରତି ତାଙ୍କର ଅହେତୁକ ପ୍ରେମ ଦେଖି ବାପା ମା ତାଙ୍କୁ ପାଠ ସହ ସଙ୍ଗୀତ ଶିଖିବାକୁ ଉତ୍ସାହିତ କରିଥିଲେ । ସେ ଗୁରୁ ଦେବେନ୍ଦ୍ର ନାରାୟଣ ସାଥପାଥିଙ୍କଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିଖିଥିଲେ। ତେବେ ରୋହନ ନିଜ ଅନୁଭୂତିର କେଇପଦ କଥା ଇଣ୍ଡିଆନ ଆଇଡଲ ମଞ୍ଚରେ ବାଣ୍ଟିଥିଲେ ।

