ଦୂଷିତ ହେବାରେ ଲାଗିଛି ଦିଲ୍ଲୀ ବାୟୁ । ଛଟପଟ ହେଲେଣି ଦିଲ୍ଲୀବାସୀ । ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ ରେଡ ଲାଇଟ ଅନ ଓ ଗାଡି ଅଫ୍ ନିୟମ । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ । ନିୟମ ଅନୁସାରେ ଟ୍ରାଫିକରେ ରେଡ ସିଗନାଲ ଆସିବା କ୍ଷଣି ହିଁ ଗାଡିର ଇଞ୍ଜିନ ବନ୍ଦ କରିବାକୁ ପଡିବ । ଦିଲ୍ଲୀରେ ଲକ୍ଷ ଲକ୍ଷ ବାଇକ ଯୋଗୁ ପ୍ରଦୂଷଣ ତୀବ୍ର ବେଗରେ ବୃଦ୍ଧି ପାଉଛି । ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀ ସରକାର ସମସ୍ତ ମୋଟର ସାଇକେଲ ଆରୋହୀଙ୍କୁ ନିଜ ଗାଡିର ପଲ୍ୟୁସନ କଣ୍ଟ୍ରୋଲ ସାର୍ଟିଫିକେଟ ଅପଟେଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଓ୍ବାର୍କଫ୍ରମ ହୋମ ନୀତି ଲାଗୁ କରାଯାଇଛି । ସମସ୍ତ ନିର୍ମାଣ କାର୍ଯ୍ୟ ସାମୟିକ ଭାବେ ବନ୍ଦ କରିଦିଆଯାଇଛି ।
Related Posts
ସ୍କୁଲ୍ ବ୍ୟାଗ୍ ପାଇଁ ଥାନା ରେ ପହଞ୍ଚିଥିଲେ କୁନି ଝିଅ
ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ…
ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କଲେ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ
ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ।…
ଜୁଲାଇ ୨୧ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ
ଜୁଲାଇ ୨୧ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଆଜି କେନ୍ଦ୍ର ସରକାର ସର୍ବଦଳୀୟ…

