ବିକଶିତ ଓଡ଼ିଶା ତାଙ୍କର ସ୍ବପ୍ନ । ମୁଖ୍ୟମନ୍ତ୍ରୀଙ୍କ ଇଛା ତାଙ୍କ ପାଇଁ ନିର୍ଦ୍ଦେଶ । ଫାଇଭ-ଟିରୁ ମୋ ସରକାର ନବୀନ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ । ଲୋକଙ୍କ ସ୍ବପ୍ନକୁ ଡେଣା ଦେଉଥିବା ବ୍ୟକ୍ତିତ୍ବ । ଭି କେ ପାଣ୍ଡିଆନ । ସୁପ୍ରଶାସକରୁ ଏବେ ନବୀନ ଓଡ଼ିଶା ଓ ଫାଇଭ-ଟି ଅଧ୍ୟକ୍ଷ । ଭିଆରଏସ ନେବା ପରେ ମିଳିଛି ବଡ଼ ଦାୟିତ୍ବ । ନୂଆ ଓଡ଼ିଶା ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ସିଧା କାମ କରିବେ ଭି କେ ପାଣ୍ଡିଆନ । ବିକଶିତ ଓଡିଶା ଗଠନ ଓ ଲୋକଙ୍କ ପାଖରେ ସେବା ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ଭି.କେ. ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ତୁଲାଇ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଓ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବାରେ ପାଣ୍ଡିଆନ ପ୍ରମୁଖ ଭୂମିକା ତୁଲାଇଛନ୍ତି । ମୋ ସରକାର ମାଧ୍ୟମରେ ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇ ଜନତାଙ୍କ ସମସ୍ୟା ବୁଝିବାରେ ସେ ତୁଲାଇଛନ୍ତି ଗୁରୁଦାୟିତ୍ୱ । ବିକାଶକୁ ଦ୍ରୁତ ଗତିରେ ଆଗେଇନେବାକୁ ଫାଇଭ-ଟିକୁ ଗୁରୁତ୍ୱ ଦେଇଛନ୍ତି ପାଣ୍ଡିଆନ। ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମୱାର୍କ, ଟାଇମ ଓ ଟ୍ରାନ୍ସପରମେସନକୁ ଆପଣାଇ ଶାସନ ବ୍ୟବସ୍ଥାରେ ବିପ୍ଳବ ଆଣିଛନ୍ତି । ଫାଇଭ-ଟି ମାଧ୍ୟମରେ ଦ୍ରୁତ ଗତିରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ହୋଇଥିବାବେଳେ ପ୍ରତି ସରକାରୀ କାର୍ଯ୍ୟରେ ଆସିଛି ସ୍ୱଚ୍ଛତା । ଭିକେ ପାଣ୍ଡିଆନ ମହାପ୍ରଭୁ ଜଗନ୍ନାଥଙ୍କର ଭକ୍ତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ପ୍ରକଳ୍ପର ପରିକଳ୍ପନାଠୁ ଆରମ୍ଭ କରି କାର୍ଯ୍ୟକାରିତା ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ପୁରୀ ଯାଇ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କୁ ସର୍ବୋତ୍ତମ ଅନୁଭୂତି ଦେବାକୁ ପାଣ୍ଡିଆନଙ୍କର ଲକ୍ଷ୍ୟ ଏବେ ବାସ୍ତବତାରେ ପରିଣତ ହେଉଛି । କେବଳ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନୁହେଁ, ରାଜ୍ୟର ପ୍ରମୁଖ ମନ୍ଦିର ଓ ପୀଠର ବିକାଶ କରି ଏକ ନୂତନ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବାରେ ରହିଛି ପାଣ୍ଡିଆନଙ୍କ ବିଶେଷ ଅବଦାନ।
() ରୂପାନ୍ତରଣ ମାଧ୍ୟମରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିଛନ୍ତି ପାଣ୍ଡିଆନ। ସରକାରୀ ହାଇସ୍କୁଲର ରୂପାନ୍ତରଣ କରି ଗାଁ ଗାଁରେ ସରକାରୀ ସ୍କୁଲରେ ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା ଯୋଗାଇବାରେ ତାଙ୍କର ରହିଛି ଉଲ୍ଲେଖନୀୟ ଅବଦାନ । ଫାଇଭ-ଟି ପ୍ରକରଣରେ ରାଜ୍ୟର ସମସ୍ତ ହାଇସ୍କୁଲକୁ ସ୍ମାର୍ଟସ୍କୁଲରେ ରୂପାନ୍ତରିତ କରାଯାଇଛି। ଏହାଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିଛି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପାଣ୍ଡିଆନଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ସୁସ୍ଥ ଓଡିଶା ଗଠନରେ ସହଭାଗି ସାଜିଛି । ଆମ ହସପିଟାଲ ଗୁଡିକର ରୂପାନ୍ତରଣ ଏବଂ ଏକାଧିକ ମେଡିକାଲ କଲେଜ ସ୍ଥାପନ କରି ଓଡିଶାକୁ ଏକ ଡାକ୍ତର ବଳକା ରାଜ୍ୟ କରିବାରେ ଗୁରୁଦାୟିତ୍ୱ ତୁଲାଇଛନ୍ତି ପାଣ୍ଡିଆନ। ସେହିପରି ବିଏସକେୱାଇ ଭଳି ଜୀବନ ରକ୍ଷାକାରୀ ଯୋଜନା ପ୍ରଣୟନ ଓ ଏହାର କାର୍ଯ୍ୟକାରିତାରେ ମଧ୍ୟ ପାଣ୍ଡିଆନଙ୍କ ଦକ୍ଷତା ପ୍ରତିଫଳିତ ହୋଇଛି। କରୋନା ସମୟରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଲୋକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ । କୋଭିଡ ମୁକାବିଲାରେ ଓଡିଶାକୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ତାଙ୍କର ଥିଲା ବିଶେଷ ଭୂମିକା । ଲୋକ ପ୍ରଶାସନ ପାଖକୁ ଆସି ଅଭିଯୋଗ ଜଣାଉଥିଲେ। ହେଲେ ପ୍ରଶାସନକୁ ଲୋକଙ୍କ ଦୁଆରକୁ ନେଇଛନ୍ତି ପାଣ୍ଡିଆନ। ଲୋକଙ୍କ ପାଖକୁ ଯାଇ ସେମାନଙ୍କଠାରୁ ଅଭିଯୋଗ ଶୁଣିବା ସହିତ ସମସ୍ୟାର ସମାଧାନ କରିଛନ୍ତି ଭିକେ ପାଣ୍ଡିଆନ । ତାଙ୍କର ଏହି ଦକ୍ଷତାସଂପର୍ଣ୍ଣ କାର୍ଯ୍ୟଧାରା ଯୋଗୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ବସ୍ତ ହୋଇପାରିଛନ୍ତି । କାରଣ ନବୀନଙ୍କ ମୁଖ୍ୟ ମୁଦ୍ଦା ହେଉଛି ବିକାଶ ।



