ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ

ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ । ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ ସ୍ୱରୂପ । ବହୁ ଓଡିଆ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ପରଲୋକରେ ସାରା ଓଲିଇଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସେ ଅନେକ ଓଡିଆ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ ।ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ହୋଇଥିଲା । 1947 ମସିହା ଫେବୃଆରୀ 8 ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସ୍ୱରୂପ । ସେ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ ।

ସ୍ୱରୂପ ଅନେକ ଚଳଚ୍ଚିତ୍ରରେ, ମୋଟ୍ 41 ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ 30 ଟି କଥାଚିତ୍ରରେ ଗୀତ ରଚନା କରିଥିଲେ । 6 ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ 6 ଟି କଥାଚିତ୍ରରେ ଅଭିନୟ କରିଛନ୍ତି । 1962 ମସିହାରେ ଜୟଦେବ କଥାଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ସେ ଅଭିନୟ ଆରମ୍ଭ କରିଥିଲେ ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!