ପାଣ୍ଡିଆନ ଓ ରାଉରକେଲା

ରାଉରକେଲା ଆଉ ଭି.କେ. ପାଣ୍ଡିଆନ । ଗୋଟିଏ ବୁଡ଼ିଯାଉଥିବା ସରକାରୀ ସଂସ୍ଥାକୁ କେମିତି ପୁନଃରୁଦ୍ଧାର କରାଯାଏ  । କ୍ଷତିରେ ଚାଲୁଥିବା ସଂସ୍ଥାକୁ ଲାଭଦାୟକ ଅନୁଷ୍ଠାନରେ ପରିଣତ କରି ଲୋକଙ୍କର ବିକାଶ କରାଯାଏ  । ଏକଥା ରାଉରକେଲାର ଏଡିଏମ ଭାବେ ପ୍ରତିପାଦିତ କରିଥିଲେ ଭିକେ ପାଣ୍ଡିଆନ  ।  ୨୦୦୪ ମସିହା ଅଗଷ୍ଟ ୧୩ ତାରିଖ । ରାଉରକେଲାର ଏଡିଏମ ଭାବେ ଯୋଗଦିଅନ୍ତି ଯୁବ ଓ ପ୍ରତିଭାବାନ ଆଇଏଏସ ଅଫିସର  ଭି.କେ ପାଣ୍ଡିଆନ । ଏହା ସହିତ ରାଉରକେଲା ଡେଭଲପମେଣ୍ଟ ଅଥରିଟି-ଆରଡିଏର ଅଧ୍ୟକ୍ଷ ଭାବେ ଦାୟିତ୍ବ ବି ନିଅନ୍ତି ।  ସେତେବେଳେ ୨୨ କୋଟି ଟଙ୍କାର ଋଣ ଭାରରେ ବୁଡ଼ି ଅସ୍ତିତ୍ବ ହରାଇବାକୁ ବସିଥିଲା ଆରଡିଏ  । ସମ୍ପତ୍ତି ଆଟାଚ୍ କରିବାକୁ ବ୍ୟାଙ୍କ ନୋଟିସ ବି ଆସିସାରିଥିଲା । ଏହାକୁ ବଞ୍ଚାଇବାକୁ ଯେତେବେଳେ ସବୁ ବାଟ ବନ୍ଦ ହୋଇଯାଇଥିଲା ସେତେବେଳେ ସଂକଟମୋଚକ ସାଜିଥିଲେ ଭି କେ ପାଣ୍ଡିଆନ । ସମସ୍ୟାର ମୂଳରେ ପହଞ୍ଚି ଆରଡିଏର ପୁନରୁଦ୍ଧାର ପାଇଁ କରିଥିଲେ ବ୍ଲୁପ୍ରିଣ୍ଟ ।  ବହୁତଳ ବିଶିଷ୍ଟ ଭିଏସିଏସ ମାର୍କେଟ କମ୍ପ୍ଲେକ୍ସକୁ କାର୍ଯ୍ୟକ୍ଷମ କରାଇ ଆରଡିଏକୁ ମୁନାଫା ଦେବା ପାଣ୍ଡିଆନଙ୍କ ଆଗରେ ଚ୍ୟାଲେଞ୍ଜ ଥିଲା । ଛେଣ୍ଡ କଲୋନୀ ଅଣଓସାରିଆ ରାସ୍ତାର ସଂପ୍ରସାରଣ ସହ ଦୋକାନ ଗୃହ ଉଚ୍ଛେଦ କରି ମାର୍କେଟ କଂମ୍ପ୍ଲେକ୍ସରେ ଦୋକାନୀଙ୍କୁ ଥଇଥାନ କରିବାକୁ ପାଣ୍ଡିଆନ ନିଷ୍ପତ୍ତି ନେଇଥିଲେ । ଆଉ ଏହାକୁ ସଫଳତାର ସହି କାର୍ଯ୍ୟକ୍ଷମ କରାଇ ଏକାବେଳେ ଲୋକଙ୍କୁ ତିନି ତିନୋଟି ଲାଭ ଦେବା ସହ ଆରଡିଏର ଆର୍ଥିକ ସ୍ଥିତିକୁ ବି ସୁଧାରିଥିଲେ  ।

୨୦୦୪ ଅଗଷ୍ଟ ୧୩ରୁ ୨୦୦୫ ଏପ୍ରିଲ ୨୭ । ମାତ୍ର ୮ ମାସର କାର୍ଯ୍ୟକାଳରେ ରାଉରକେଲାର ରୂପରେଖ ବଦଳାଇଦେଲେ ଭି କେ ପାଣ୍ଡିଆନ । ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡା ସହିତ ସବୁ କ୍ଷେତ୍ରରେ ମୂଳଦୁଆକୁ ମଜଭୁତ କଲେ  । ଆଜି ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ହକି ବିଶ୍ବକପ ଆୟୋଜନ, ଗାଁର ଗାଁରେ ହକି ଖେଳର ବିକାଶ ଆଦି ସାମଗ୍ରିକ ଉନ୍ନତିରେ ରହିଛି ପାଣ୍ଡିଆନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା  । ପାଣ୍ଡିଆନଙ୍କ ଜନସପକ୍ଷବାଦୀ ନୀତି ଓ ବିକାଶ ଆଭିମୁଖ୍ୟ ପାଇଁ ରାଉରକେଲାବାସୀଙ୍କ ହୃଦୟରେ ତାଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନ ଭରି ରହିଛି  ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!